ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ

Advertisment

ରିଆମାଳ : ରିଆମାଳ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଥିବା ପୋଖରୀରେ ବୁଡ଼ି ଆଜି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକ ହେଲେ ନାକଟିଦେଉଳ ଥାନା ଅନ୍ତର୍ଗତ ବନ୍ଧୁପାଲି ଗ୍ରାମର ବୀର ଷଣ୍ଢଙ୍କ ଝିଅ ରାଣୀ(୧୦) ।

ପ୍ରାପ୍ତ ସୂଚନା ଅନୁଯାୟୀ,ଧରମପୁର ଗ୍ରାମସ୍ଥିତ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିବା ବେଳେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଥିବା ଅନ୍ୟ ବ୍ୟକ୍ତିମାନେ ଏହା ଦେଖି ରାଣୀକୁ ପାଣି ମଧ୍ୟରୁ ଉଦ୍ଧାର କରି ଚିକିତ୍ସା ପାଇଁ ଛାତବର ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ଡାକ୍ତର ରାଣୀକୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe