୨୩ ବର୍ଷ ତଳୁ ନିଖୋଜ ଥିବା ପୁଅକୁ ପାଇଲେ ପରିବାର

Advertisment
୨୩ ବର୍ଷ ତଳୁ ନିଖୋଜ ଥିବା ପୁଅକୁ ପାଇଲେ ପରିବାର

ରିଆମାଳ: ଆଜିକୁ ୨୩ ବର୍ଷ ତଳେ ନିଖୋଜ ହୋଇଯାଇ ଥିବା ରିଆମାଳ ବ୍ଲକ୍ ପରା ପଞ୍ଚାୟତ ତାଳବାହାଳି ଗ୍ରାମର ହାଡ଼ିବନ୍ଧୁ ପ୍ରଧାନଙ୍କ ବଡ଼ପୁଅ କୁଳମଣି ପ୍ରଧାନଙ୍କୁ ପରିବାର ଲୋକେ ଫେରି ପାଇଛନ୍ତି। ସୋମବାର ମୁମ୍ବାଇର ‘ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ’ ସହାୟତାରେ କୁଳମଣି ଘରକୁ ଫେରିଛନ୍ତି। ତାଙ୍କର ମାନସିକ ବିକୃତି ଥିବାରୁ ଗତ ୨୦୦୦ ମସିହାରେ ପରିବାର ଲୋକେ ଚିକିତ୍ସା ପାଇଁ କଟକ ନେଇଥିଲେ। ତେବେ ସେଠାରୁ କୁଳମଣି କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇ ଥିଲେ। ସେତେବେଳେ ପରିବାର ଲୋକେ ତା’ଙ୍କୁ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଏପରିକି ପୁଲିସ ଓ ଗଣମାଧ୍ୟମ ସାହାରା ନେଇଥିଲେ ମଧ୍ୟ ଫଳପ୍ରଦ ହୋଇ ନ ଥିଲା।

ତାଙ୍କୁ ରାଜସ୍ଥାନ ଯୋଧପୁରର ଖେର୍ପା ରୋଡରେ ବୁଲୁଥିବା ଦେଖି ପୁଲିସ ଉଦ୍ଧାର କରି ପ୍ରଥମେ ଆପନା ଘର ଆଶ୍ରମରେ ରଖିଥିଲା। ଏହାପରେ ମୁମ୍ବାଇ ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନକୁ ହସ୍ତାନ୍ତର କରିଥିଲା। ଫାଉଣ୍ଡେସନର କର୍ମଚାରୀ ନିତିଶ ଓ ସୁନିଲ ଆଣି ପରିବାରକୁ ହସ୍ତାନ୍ତର କରିଥିଲେ। ତେବେ ନିଖୋଜ ଥିବା ସମୟରେ କୁଳମଣି ବିଭିନ୍ନ ସମୟରେ ଏକାଧିକ ହୋଟେଲରେ ରୋଷେୟା କାର୍ଯ୍ୟ କରୁଥିବା କହିଛନ୍ତି। ଦୀର୍ଘଦିନ ପରେ ତା’ଙ୍କୁ ପାଇ ପରିବାରରେ ଆନନ୍ଦ ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe