ବୋହୂକୁ ତଣ୍ଟି ଚିପି ମାରିବା ଘଟଣା :ମିଳିଲାନି ଶବ, ସଂଦେହ ଦୃଢ଼ୀଭୂତ

ବୋହୂକୁ ତଣ୍ଟି ଚିପି ମାରିବା ଘଟଣା :ମିଳିଲାନି ଶବ, ସଂଦେହ ଦୃଢ଼ୀଭୂତ

ଦେବଗଡ: ଜିଲ୍ଲାରେ ଚହଳ ପକାଇ ଦେଇଥିବା ବୋହୂକୁ ଶ୍ୱଶୁର ତଣ୍ଟି ଚିପି ହତ୍ୟା କରିବା ପରେ ପାଣିରେ ଫିଙ୍ଗି ଦେବା ଘେଟଣାରେ ମଙ୍ଗଳବାର ସୁଦ୍ଧା ପୁଲିସ୍‌କୁ ସେଭଳି କୌଣସି ସପଳତା ମିଳିପାରି ନାହିଁ। ଶ୍ୱଶୁର ରବି ବେହେରା ବୋହୂ ସୋନାଲିକୁ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇ ଯାଇ ଶବକୁ ରେଙ୍ଗାଲି ନଦୀ ବନ୍ଧର ତୋଡ଼ା ପାଣିରେ ଫିଙ୍ଗିଥିବା ପୁଲିସ୍‌ ଆଗରେ ବୟାନ ଦେଇଥିଲେ ହେଁ ସେ ଚିହ୍ନଟ କରିଥିବା ସ୍ଥାନରେ କୌଣସି ଶବ ମିଳି ନାହିଁ। ଫଳରେ ହତ୍ୟାକାଣ୍ଡ ନେଇ ବର୍ତ୍ତମାନ ଏକ ସନ୍ଦେହର କୁହେଳିକା ସୃଷ୍ଟି ହୋଇଛି।

ପୁଅ କୁନା ବେହୋରର ଲିଖିତ ଏତଲାକ୍ରମେ ବାରକୋଟ ପୁଲିସ୍‌ ବାପା କାନୁ ବେହେରାଙ୍କୁ ସୋମବାର ଅଟକ ରଖି ପଚରାଉଚରା କରିଥିଲା। ଜେରା ବେଳେ ପୁଅ-ବୋହୂଙ୍କ ବାରମ୍ବାର ଟଙ୍କା ମଗାରେ ଅତିଷ୍ଠି ହୋଇ ସେ ବୋହୂ ସୋନାଲିକୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ପ୍ରକାଶ କରିଥିଲେ। ଫଳରେ ସେ ଦେଇଥିବା ବୟାନ ଅନୁସାରେ ସୋମବାର ପୁଲିସ୍‌ ଓ ଅଗ୍ନିଶମ ବାହିନୀ ରେଙ୍ଗାଲି ନଦୀ ବନ୍ଧର ବିଭିନ୍ନ ସ୍ଥାନାରେ ଖୋଜାଖୋଜି କରିଥିଲେ ହେଁ ଶବ ପାଇ ନଥିଲେ। ପୁଣି ମଙ୍ଗଳବାର ମଧ୍ୟ ଖୋଜାଖୋଜି କରିଥିବା ବେଳେ କୌଣସି ସଫଳତା ମିଳି ନଥିବାରୁ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ବୋହୂକୁ ମାରିବା ପରେ ଶ୍ୱଶୁର ଜଳ ଭଣ୍ଡାରରେ ଫିଙ୍ଗିଛି ନା ଅନ୍ୟ କୌଣସି ସ୍ଥାନରେ ସେ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe