ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Advertisment
ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀରରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଟିଙ୍କବୀର ଧୋବା ସାହିର ଏକ ତେନ୍ତୁଳି ଗଛ ମୂଳରେ ପଡ଼ି ରହିଥିଲା। କେହି ଜଣେ ମହିଳା ନିଜର ନବଜାତ ନ୍ୟାକୁ ଜନ୍ମ ଦେଇ ଫେରାର଼୍ ମାରିଥିବା କୁହାଯାଉଛି।

ଲୋକେ ଛୁଆଟି କାନ୍ଦୁଥିବା ଶବ୍ଦ ଶୁଣିଥିଲେ। ଖବର ପାଇ ଅଙ୍ଗନୱାଡ଼ି ଦିଦି ନିରୁପମା ପ୍ରଧାନ ଓ ଆଶାକର୍ମୀ ଜ୍ୟୋସ୍ନାମୟୀ ବିଶ୍ବାଳ ଘଟଣାସ୍ଥଳକୁ ଯାଇ କାକୁ ଉଦ୍ଧାର କରି ଶିଶୁକନ୍ୟାଙ୍କୁ ଛତାବର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାକୁ ଦେବଗଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe