ଦେବଗଡ଼ : ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ରବିବାରଠାରୁ ୧୪ ଦିନ ଯାଏଁ ସପରିବାର ସଂଗରୋଧ ରହିବେ ବୋଲି ଟ୍ବିଟ୍ କରି ଘୋଷଣା କରିଛନ୍ତି। ଏନେଇ ଶ୍ରୀ ଗଙ୍ଗଦେବ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ତାଙ୍କର ସାନ ପୁଅ କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି ଏବଂ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ ସମାଜର ହିତ ପାଇଁ ଓ ଅନ୍ୟମାନଙ୍କ ମଙ୍ଗଳ ପାଇଁ ସେ, ତାଙ୍କ ପତ୍ନୀ ତଥା ବାମଣ୍ଡା ରାଜପରିବାର ସଦସ୍ୟା ରାଣୀ ଅରୁନ୍ଧତୀ ଦେବୀ ଓ ୨ ପୁଅ ଦିଲ୍ଲୀ ସରକାରୀ ବାସଭବନରେ ସଂଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ସତର୍କତା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହା ଜରିଆରେ ସେ ସମାଜକୁ ସଚେତନ କରିବାକୁ ଚାହାଁନ୍ତି ବୋଲି ସାଂସଦ ଶ୍ରୀ ଗଙ୍ଗଦେବ ପ୍ରକାଶ କରିଛନ୍ତି।
ସପରିବାର ସଂଗରୋଧରେ ରହିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ
Advertisment
Follow Us