ହାତୀ ଆକ୍ରମଣରେ ବୃଦ୍ଧା ମୃତ

Advertisment
ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଦେବଗଡ଼: ହାତୀ ଆକ୍ରମଣରେ ଦେବଗଡ଼ ରେଞ୍ଜ ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ଫଟାଟାଙ୍ଗର ଗ୍ରାମର ଜସ୍ମିନ କୁଜୁର(୬୦)।

ମିଳିଥିବା ସୂଚନା ଅନୁଯାୟୀ, ଫଟାଟାଙ୍ଗର ଗ୍ରାମର ଜସ୍ମିନ ଗତକାଲି ଜମିକୁ ଘାସ ବାଛିବା ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ତେବେ ତାଙ୍କ ଘରଲୋକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ମିଳନଥିଲା। ଆଜି ସକାଳେ ନିକଟସ୍ଥ ଜଙ୍ଗଲରେ ଜସ୍ମିନଙ୍କ ମୃତଦେହ ପଡିଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ। ତେବେ ତାଙ୍କୁ ଦନ୍ତାହାତୀ ଦଳିଦେବା ଯୋଗୁ ତାଙ୍କର ମୃତ୍ୟୁଘଟିଥିବା ଜଣାପଡିଛି। ଖବରପାଇ ଦେବଗଡ଼ ରେଞ୍ଜର ଦେବଦତ୍ତ ନନ୍ଦ, ଦେବଗଡ଼ ଫରେଷ୍ଟର ଭୀମସେନ ଶତପଥୀ ଏବଂ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe