ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣା: ଜଣେ ଗିରଫ

ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ଘଟଣାରେ ବନବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

riamal

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ଘଟଣାରେ ବନବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଚିରଗୁଣିକୁଦର ଗ୍ରାମର ପ୍ରାଣବନ୍ଧୁ କିସାନଙ୍କ ପୁଅ ଯାଦବ କିସାନ (୪୨)।

ସୂଚନା ଅନୁସାରେ ହାତୀର ଶୁଣ୍ଢରେ ବିଦ୍ୟୁତ୍ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହା ପରେ ବନବିଭାଗ ପକ୍ଷରୁ ବାରମ୍ବାର ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରାଯାଇ ଥିଲା। ପୂର୍ବରୁ ଅଭିଯୁକ୍ତ ଯାଦବ ବହୁ ଦିନ ହେଲା ବିଦ୍ୟୁତ୍ ତାର ବିଛାଇ ବାର୍‌ହା ଶିକାର କରି ଆସୁଥିଲା। ଶିକାର ପାଇଁ ତାର କିଣି ଲୋକଙ୍କୁ ସେ ଯୋଗାଉ ଥିଲା।

ସେହିପରି ଗ୍ରାମ ଓ ଧାନ ଚାଷ ରକ୍ଷା ପାଇଁ ତାର ଟାଣି ସୋଲାର ମେସିନରେ ଚାର୍ଜ ଦିଆଯାଉ ଥିଲା। ମାତ୍ର ଶିକାର ଲାଳସାରେ ଉକ୍ତ ତାରରେ ବିଦ୍ୟୁତ୍ ଖଞ୍ଜି ଦିଆଯାଇ ଥିଲା।ଫଳରେ ଦନ୍ତାହାତୀ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲା। ଗ୍ରାମରେ ତଦନ୍ତ ଓ ସମସ୍ତ ସାକ୍ଷ୍ୟ ପ୍ରମାଣ ପାଇ ଡିଏଫ୍ଓ ଅଫିସରୁ ଏକ ସ୍ବତନ୍ତ୍ର ଡିଭିଜନାଲ ମୋବାଇଲ ଟିମ ଉକ୍ତ ଗ୍ରାମକୁ ଯାଇ ଯାଦବକୁ ଗିରଫ କରିଥିଲେ। ପଚରା ଉଚୁରା ବେଳେ ସେ ଉକ୍ତ କାଣ୍ଡ ଘଟାଇ ଥିବା ମାନିବାରୁ କୋର୍ଟ ଚାଲାଣ କରାଯାଇଛି। 

Deogarh

ରିପୋର୍ଟ: ମନୋଜ କୁମାର ବେହେରା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe