ଦେବଗଡ଼: ଟ୍ରକ ଧକ୍କାରେ ପ୍ରାଣ ହରାଇଲେ ବାଇକ ଚଳାକ

Advertisment
ଦେବଗଡ଼: ଟ୍ରକ ଧକ୍କାରେ ପ୍ରାଣ ହରାଇଲେ ବାଇକ ଚଳାକ

ଦେବଗଡ଼: ଅନୁଗୁଳ ଜିଲ୍ଲାର ପାଳଲହଡ଼ା-ଦେବଗଡ଼ ଜାତୀୟ ରାଜପଥ ୪୯ ନମ୍ବର କଳାମାଟି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ନିବାସୀ ମିସ୍ତ୍ରୀ କାମ କରୁଥିବା ସୁବ୍ରତ ସୁରିୟା(୪୦) କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ପରେ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲା। କିନ୍ତୁ ତା’ ପୂର୍ବରୁ ପଛ ପଟରୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ଚାଳକ ଟ୍ରକ ଛାଡି ଫେରାର ହୋଇ ଯାଇଥିଲା। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବାରୁ ସୁବ୍ରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରକକୁ ଜବତ ଘରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe