Advertisment

ସହାୟତା ଅପେକ୍ଷାରେ ଦେବଗଡ଼ର ପଦ୍ମିନୀ

Advertisment
ସହାୟତା ଅପେକ୍ଷାରେ ଦେବଗଡ଼ର ପଦ୍ମିନୀ

ଦେବଗଡ଼: ମୁଣ୍ଡରେ ଆଘାତ ଲାଗି ରକ୍ତ ଜମାଟ ବାନ୍ଧିବା ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମିନୀ । ପଦ୍ମିନୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ତେବେ ଏନେଇ ପଦ୍ମିନୀ ତାଙ୍କର ଚିକିତ୍ସା ପାଇଁ ସହାୟତା କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ଖଡିନାଳୀ ଗ୍ରାମର ଅମିତାଭ ମୁଣ୍ଡାଙ୍କ ସ୍ତ୍ରୀ ପଦ୍ମିନୀ ବାଘ ବାହାଘର ପୁର୍ବରୁ ବିଭିନ୍ନ ଖେଳ ଏବଂ ମାରାଥାନରେ ଭାଗ ନେଇ ଆସୁଥିଲେ। ଗତ ୨୦୧୭ ମସିହା‌ରେ ଅନୁଷ୍ଠିତ ହେଉଥିବା ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା‌ରେ ପଦ୍ମିନୀ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ସ୍ଥାନ ମଧ୍ୟ ଅଧିକାର କରିଥିଲେ। ତେବେ ଉକ୍ତ ମାରାଥନ ଦୌଡ଼ ସମୟରେ ପଦ୍ମିନୀ ତଳେ ପଡ଼ିଯିବାରୁ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା। ଉକ୍ତ ଘଟଣା ପରେ ତାଙ୍କର ବିଭିନ୍ନ ସମୟରେ ଶରୀର ଅସୁସ୍ଥ ରହୁଥିଲା । ତେବେ ଦେଢମାସ ପୂର୍ବରୁ ତାଙ୍କର ଶରୀର ଅସୁସ୍ଥ ହେବା ହେତୁ ପରିବାରବର୍ଗ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ । ମୁଣ୍ଡରେ ଆଘାତ ଲାଗିଥିବା ହେତୁ ତାଙ୍କର ରକ୍ତ ଜମାଟ ବାନ୍ଧିଥିବା ନେଇ ସ୍କାନିଙ୍ଗ ରିପୋର୍ଟରୁ ଜଣାପଡ଼ିଥିଲା।

ଭୁବନେଶ୍ବର କିମ୍ବା କଟକରେ ତାଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ପଦ୍ମିନୀଙ୍କ ପରିବାର ଲୋକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ହେତୁ ତାଙ୍କର ଚିକିତ୍ସା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି । ତେବେ ପଦ୍ମିନୀ ଅନ୍ୟ କୌଣସି ଉପାୟ ନ ପାଇ ତାଙ୍କର ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠି‌ରୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe