Image Courtesy of Zee News
ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି ବୋଲି ବିଜେଡି ଅଭିଯୋଗ ଆଣିଥିଲା। ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିଜର ମତ ରଖିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ।
ସେ ନିଜର ମତ ରଖି କହିଛନ୍ତି କି ‘ଦେବଗଡ଼ ଜିଲ୍ଲାରେ ବିଜେଡି ଯେପରି ଦାଦାଗିରି କରୁଛି କୌଣସି ଜନପ୍ରତିନିଧି କାମ କରି ପାରିବେନି। ଦେବଗଡ଼ ପୌର ପରିଷଦରେ ବିନା ରିଜଲୁସନରେ ସବୁ କିଛି ଚାଲିଛି।’
ଟାଉନ ହଲ ନିର୍ମାଣର ପାଚେରି ଭଙ୍ଗା ଘଟଣାକୁ ନେଇ ବିଧାୟକ ପାଣିଗ୍ରାହୀ ନିଜର ମତ ପ୍ରକାଶ କରି କହିଛନ୍ତି, ‘ପବ୍ଲିକ, କଉନସିଲରମାନେ ଦାବି କରିବାରୁ ଗୋଟିଏ ଗେଟ ଖୋଲା ଯାଇଥିଲା। ଲୋକମାନେ ଭାଙ୍ଗିଛନ୍ତି, ମୁଁ ଭାଙ୍ଗି ନାହିଁ। ଲୋକ ଯେତେବେଳେ ଭାଙ୍ଗୁଥିଲେ କେହି ମହିଳା ମଧ୍ୟ ବିରୋଧ କରୁନଥିଲେ। ସେହି ସମୟରେ ମୁଁ କେବଳ ସେ ରାସ୍ତା ଦେଇ ଯାଉଥିଲି।’
ସେ ଆହୁରି ବି କହିଛନ୍ତି, ‘ଜରୁରୀ ସ୍ଥିତିରୁ ଦୁଇଟି ଗେଟ ଆବଶ୍ୟକତା ଥିବା ବେଳେ ଗୋଟିଏକୁ ବନ୍ଦ କରିଦିଆଗଲା। ଏ ବାବଦରେ ଜିଲ୍ଲାପାଳ ଓ ଏସପିଙ୍କୁ ବି ଅବଗତ କରାଯାଇଛି। ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହେବା କଥା ନୁହେଁ । ଏସଏଚଜି ମହିଳା ନୁହେଁ, ବିଜେଡ଼ି କର୍ମୀ କାମ କରୁଥିଲେ। କାମ ପାଇଁ କୌଣସି କାର୍ଯ୍ୟାଦେଶ ନଥିବା ବେଳେ ଲୋକଙ୍କୁ ଦେଖାଇବାକୁ ତରବରିଆ ଭାବେ ଏସଏଚଜିଙ୍କ ନାଁରେ କାର୍ଯ୍ୟାଦେଶ ଦେଇଛନ୍ତି। ଏସଏଚଜିଙ୍କ ବିକାଶ ନାଁରେ ବିଜେଡି କର୍ମୀ କାମ କରୁଛନ୍ତି। ଲୋକଙ୍କୁ ବିକାଶ କଥା କହୁଛନ୍ତି। କିନ୍ତୁ ସବୁ ମିଛ।’
Follow Us