ବିଜେଡିରୁ ଇସ୍ତଫା ଦେଲେ ସୁଜିତ ପ୍ରଧାନ

Advertisment
ବିଜେଡିରୁ ଇସ୍ତଫା ଦେଲେ ସୁଜିତ ପ୍ରଧାନ

ଦେବଗଡ଼: ବିଜେଡିରୁ ଇସ୍ତଫା ଦେଲେ ସୁଜିତ୍ ପ୍ରଧାନ। ଶ୍ରୀ ପ୍ରଧାନ ମଙ୍ଗଳବାର ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ପଦବୀ ତଥା ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ତାଙ୍କର ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ସହିତ ରାଜ୍ୟ ଡ୍ରାଇଭର ଉପଦେଷ୍ଟା କମିଟି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ଆଗକୁ ନିର୍ବାଚନ ଥିବାବେଳେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ସୁଜିତ ହେଉଛନ୍ତି ଦେବଗଡ଼ର ପୂର୍ବତନ ବିଜେଡି ବିଧାୟକ ସଂଜୀବ ପ୍ରଧାନଙ୍କ ଭାଇ। ୨୦୦୯ରେ ସୁଜିତ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe