ରିଆମାଳ : ଓଲଟିଲା ପାଇପ୍‌ ବୋଝେଇ ଟ୍ରଲର୍‌

ରିଆମାଳ : ଓଲଟିଲା ପାଇପ୍‌ ବୋଝେଇ ଟ୍ରଲର୍‌

ରିଆମାଳ : ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ତି ଅନ୍ତର୍ଗତ ଖିଲେଇ କଲୋନି ସାହି ବୁଲାଣି ନିକଟରେ ମଙ୍ଗଳବାର ଭୋର ସମୟରେ ଏକ ଗ୍ୟାସ୍‌ ପାଇପ୍‌ ବୋଝେଇ ଟ୍ରଲର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଟ୍ରଲର୍‌ (ଏନ୍‌ଏଲ୍‌-୦୧କେ-୬୭୨୭)ଟି ପଶ୍ଚିମବଙ୍ଗ ଖଡ଼ଗପୁରରୁ ପାଇପ୍‌ ବୋଝେଇ କରି ଦେବଗଡ଼ରୁ ସୁଗୁଡା ରାସ୍ତା ଦେଇ ବୁଢାପାଳ ଅଞ୍ଚଳକୁ ଆସୁଥିଲା। ତେବେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର୍‌ ସତୀଶ ପ୍ରସାଦ ସାମାନ୍ୟ ଆହାତ ହୋଇଛନ୍ତି। ଖବରପାଇ ଖଇରିପାଲି ଫାଣ୍ତି ଅଧିକାରୀ ବିଜୟ ଦେହୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଚଳାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe