ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ଓ ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

Advertisment
ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ଓ ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଦେବଗଡ଼: ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରଧାନପାଟ ଜଳପ୍ରପାତ ନିକଟସ୍ଥ ବଡ଼ବଗିଚାରେ ଉତ୍ସବ ପ୍ରଧାନପାଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିଜ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ଓ ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌ ବୋଲି କହିଥିଲେ। ଏଥିରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆର୍‌ଓ ମନୋରଞ୍ଜନ ସୂତାର ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।

publive-image

ଏହାସହିତ ଓର୍‌ମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା, ଖାଦ୍ୟମେଳା, ପୁସ୍ତକମେଳା, କୃଷି ଉଦ୍ୟାନ ମେଳା, ଉନ୍ନତ କୃଷି ଯନ୍ତ୍ରପାତି ମେଳା ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ୍‌କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଦ୍‌ଘାଟନ କରିଥିଲେ। ପଲ୍ଲିଶ୍ରୀ ମେଳା ସହ ବିଭିନ୍ନ ବିଭାଗର ୧୭୦ଟି ଷ୍ଟଲ୍‌ ଲାଗିଛି। ଏହାପରେ ଭୁବନେଶ୍ବରର ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗ୍ରୁପ ଦ୍ବାରା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ଲୋକନୃତ୍ୟ ଦର୍ଶକମାନଙ୍କୁ ମତୁଆଲା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe