ଦେବଗଡ଼: ବାରକୋଟ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କୁ ଠାକୁରପାଲି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ବୁଧବାର ବାରକୋଟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ଗତ ୬ ତାରିଖ ଉକ୍ତ ଯୁବତୀ ଜଣକ ବାରକୋଟ ଥାନା ପୁରୁଣାପାଣି ଗ୍ରାମର ପପୁନ ସାହୁଙ୍କ ଦୋକାନକୁ ସଉଦା କିଣିବାକୁ ଆସିଥିବା ବେଳେ ପପୁନ ତାଙ୍କୁ ନିକଟସ୍ଥ ସାହିକୁ ଡାକିନେଇ ଦୁଷ୍କର୍ମ କରିଥିବା ଏତଲାରେ ଦର୍ଶାଯାଇଛି। ଯୁବତୀ ଜଣକ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ପପୁନ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ନେଇଥିଲା। ପରିବାର ଲୋକେ ଯୁବତୀଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ବୁର୍ଲା ଡାକ୍ତରଖାାନାକୁ ସ୍ଥାନାନ୍ତର କରିଥିଲେ। ବାରକୋଟ ପୁଲିସ୍ ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପପୁନକୁ ପଚରାଉଚରା କରୁଛି।
ଯୁବତୀକୁ ଦୁଷ୍କର୍ମ!
Advertisment
Follow Us