ଆଇଆରବି ଯବାନଙ୍କ କାର ଧକ୍କାରେ ଯୁବକ ମୃତ

Advertisment
ଆଇଆରବି ଯବାନଙ୍କ କାର ଧକ୍କାରେ ଯୁବକ ମୃତ

ଦେବଗଡ଼: ବାରକୋଟ ଥାନା ବଲଣ୍ଡା ଛକ ନିକଟରେ ଗତକାଲି ରାତିରେ ଆଇଆରବି ଯବାନଙ୍କ କାର ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗ୍ରାମର ସିପୁନ ପାତ୍ର (୨୨)। ଉକ୍ତ ଘଟଣାକୁ ନେଇ ବାରକୋଟ ଥାନା ପରିସରରେ ଉତ୍ତେଜନା ଦେଖା ଦେଇଛି।

ସୂଚନା ଅନୁଯାୟୀ, ଆଇଆରବି କନେଷ୍ଟବଳ ସୁଧୀର ବିଲୁଙ୍ଗ ଏକ କାର ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ସିପୁନଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ନେଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ସିପୁନଙ୍କୁୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସିପୁନ ଅନ୍ୟ ଜଣେ ଯୁବକଙ୍କ ସହିତ ଶୌଚ ପାଇଁ ଯାଇଥିଲେ । ଯୁବକ ଜଣକ ଶୌଚ ପାଇଁ ରାସ୍ତା ତଳକୁ ଓହ୍ଲାଇଥିବା ବେଳେ ସିପୁନ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଦ୍ରୁ ତ ଗତୀରେ ଆସୁଥିବା ଆଇଆରବି କନେଷ୍ଟବଳ ତାଙ୍କୁ ଧକ୍କା ଦେଇ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ସିପୁନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କନେଷ୍ଟବଳ ଜଣକ ବାରକୋଟ ଡାକ୍ତରଖାନାରେ ଭର୍ତି କରାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe