ସ୍ତ୍ରୀର ଅଧିକାର ପାଇଁ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲେ ଯୁବତୀ

Advertisment

ଆଠ ବର୍ଷ ପ୍ରେମରେ ପ୍ରତାରଣାର ଶିକାର ଅଭିଯୋଗ ଆଣିଲେ ଯୁବତୀ

ଆଠ ବର୍ଷ ପ୍ରେମରେ ପ୍ରତାରଣାର ଶିକାର ଅଭିଯୋଗ ଆଣିଲେ ଯୁବତୀ

ସ୍ତ୍ରୀର ଅଧିକାର ପାଇଁ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଲେ ଯୁବତୀ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାରାକୋଟ ଗ୍ରାମରେ ପ୍ରେମିକ ଘର ସମ୍ମୁଖରେ ସ୍ତ୍ରୀର ଅଧିକାର ପାଇଁ  ଜଣେ ନିସହାୟ ପ୍ରେମିକା ଦୁଇ ଦିନ ହେଲା ଧାରଣା ଦେଇଛନ୍ତି।ଦୀର୍ଘ ବର୍ଷର ପ୍ରେମ ସମ୍ପର୍କକୁ ପ୍ରେମିକ ବେଖାତିର କରିବାରୁ ଯୁବତୀଜଣଙ୍କ ଏଭଳି ପଦକ୍ଷେପ ନେଇଛନ୍ତି।ଯୁବତୀ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ହିଁତସରା ଗ୍ରାମର ନୀଳମଣି ସାହୁଙ୍କ ଝିଅ ଅନି (୨୭)।

publive-image

ଆଠ ବର୍ଷ ହେଲା ବାରାକୋଟ ଗ୍ରାମର ବେଣୁଧର ସାହୁଙ୍କ ପୁଅ ସଞ୍ଜୟ ସାହୁ(୩୪)ଙ୍କ ସହ ଅନିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ କରିବି କହି ସଞ୍ଜୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ସାହାଯ୍ୟ ଆଳରେ ଲକ୍ଷାଧିକ ଟଙ୍କା ଆଣିଥିଲେ ସଞ୍ଜୟ। ୨୦୧୯ ମସିହାରେ ପରେ ସଞ୍ଜୟ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତାବ ଚଳାଇଥିଲେ। ଯୁବତୀଜଣଙ୍କ ଜାଣି ପାରି ନାକଟିଦେଉଳ ଥାନାର ଦ୍ବାରସ୍ଥ ହୋଇ ଦୁଷ୍କର୍ମ ଓ ଠକେଇ ମାମାଲାର ଏତଲା ଦେଇଥିଲେ।

ପୁଲିସ ଏକ ମାମଲା ରୁଜୁ କରି ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରେ ଯୁବତୀଙ୍କୁୁ ବିବାହ କରିବି କହି ରାଜି ହେବାରୁ ଯୁବତୀଙ୍କ ସହାୟତାରେ ସଞ୍ଜୟ ଦେଢ ବର୍ଷ ପରେ ଜାମିନରେ ବାହାରିଥିଲେ। ମାତ୍ର ପରେ ଅରାଜି ହେବାରୁ ଯୁବତୀଜଣଙ୍କ ବାଧ୍ୟ ହୋଇ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି। ଖବର ପାଇ ରିଆମାଳ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe