ଘୁ.ଉଦୟଗିରି: ନୂଆଗାଁ ବ୍ଳକ ଅନ୍ତର୍ଗତ ତଳ କଙ୍ଗେରିକିଆ ଗ୍ରାମର ତୁରୁଡ଼ି ପ୍ରଧାନଙ୍କୁ ଦଶ ମାସ ହେଲା ବିଧବା ଭତ୍ତା ମିଳୁନି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଯାଙ୍କକୁ ଯାଇ ଗୁହାରି କଲେ ମଧ୍ୟ କେହି ପଦକ୍ଷେପ ହେଉ ନ ଥିବା ତୁରୁଡ଼ି ପ୍ରଧାନ କୋହଭରା କଣ୍ଠରେ କହିଛନ୍ତି।  

Advertisment

ତୁରୁଡ଼ି ପ୍ରଧାନ କହିବା ଅନୁଯାୟୀ ଦଶ ମାସ ହେଲା ତାଙ୍କୁ ଭତ୍ତା ଟଙ୍କା ଦିଆଯାଉନାହିଁ କାହିଁକି। କେଉଁ କାରଣରୁ ଏଭଳି ଅନିୟମିତତା ହୋଇଛି ତାହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ପୂର୍ବରୁ ସେ ନିୟମିତ ଭାବେ ଭତ୍ତା ଟଙ୍କା ପାଉଥିବା ବେଳେ ବର୍ତ୍ତମାନ କାହିଁକି ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।

ବଣ୍ଡଗୁଡା ପଞ୍ଚାୟତରେ ନିରୀହ ତଥା ଅଶିକ୍ଷିତ ହିତାଧିକାରୀ ସରକାରୀ ନିୟମ  ସମ୍ପର୍କରେ ଜାଣିପାରୁ ନ ଥିବା ବେଳେ ଦଶ ମାସ ଧରି ଭତ୍ତା ବନ୍ଦ ହୋଇଯିବା ଫଳରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ବର୍ତ୍ତମାନ ତାଙ୍କ ବୟସ ୫୫ ଅତିକ୍ରମ କରି ସାରିଲାଣି ।

ଅଧିକ ପଢ଼ନ୍ତୁ: ଧମକପୂର୍ଣ୍ଣ ଇ-ମେଲ ମାମଲା: ଗୁଗୁଲକୁ ଚିଠି ଲେଖିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍

ଏ ସମ୍ପର୍କରେ ବଣ୍ଡଗୁଡ଼ା ପଞ୍ଚାୟତ ପିଇଓଙ୍କୁ ଯୋଗାଯୋଗ କରିବାରୁ ତୁରୁଡ଼ି ପ୍ରଧାନଙ୍କ ଟଙ୍କା  ଆକାଉଣ୍ଟକୁ ଟଙ୍କା ଯାଉଛି ବୋଲି ପିଇଓ କହିଥିଲେ। ବ୍ୟାଙ୍କକୁ ଯାଇ ଖାତା ପ୍ରିଣ୍ଟ କରିବାରୁ ତାଙ୍କ ଖାତାକୁ ଭତ୍ତା ଟଙ୍କା ଆସି ନ ଥିବା ଅଭିଯୋଗ ହୋଇଛି।

ସରକାରଙ୍କ ପକ୍ଷରୁ ତଦନ୍ତ କରି ବିଧବା ମହିଳାଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ସମଜସେବୀ ବିବେକାନନ୍ଦ ପ୍ରଧାନ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ବାପାଙ୍କ ମୃତ୍ୟୁ ପରେ ଗୁପ୍ତଧନ ପାଇଲେ ପରିବାର