ଶିକ୍ଷକଙ୍କ ଡେପୁଟେସନ ବାତିଲ ଦାବି: ବ୍ଲକ୍‌ ଅଫିସ ଆଗରେ ଗଣଧାରଣା

ଶିକ୍ଷକଙ୍କ ଡେପୁଟେସନ ବାତିଲ ଦାବି: ବ୍ଲକ୍‌ ଅଫିସ ଆଗରେ ଗଣଧାରଣା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ତିନିମାସ ମଧ୍ୟରେ ତିନିଜଣ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯାଇଥିବା ଘଟଣା ଏବେ ଗମ୍ଭୀର ରୂପ ନେବାରେ ଲାଗିଛି। ଗତ ୭ଦିନ ତଳେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶିକ୍ଷକଙ୍କ ବଦଳି (ଡେପୁଟେସନ୍‌) ବାତିଲ କରିବା ଦାବି କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ସେତେବେଳେ ୭ ଦିନ ମଧ୍ୟରେ ଏହାର ପଦକ୍ଷେପ ନିଆନଗଲେ ଗଣଧାରଣା ଦେବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ଆଜି ପୂର୍ବାହ୍ନରୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଭାନୁ ସାହୁଙ୍କ ନେତୃତ୍ୱରେ କମିଟି ସଦସ୍ୟ, ସଦସ୍ୟା, ଛାତ୍ରଛାତ୍ରୀ ତଥା ଅଭିଭାବକ ବ୍ଲକ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। କମିଟି ସଭାପତି ଚନ୍ଦ୍ରଭାନୁ ସାହୁ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀଙ୍କୁ ଭେଟିବାରୁ ସେ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଜଣାଇ ଦେଇଛି ବୋଲି କହିଥିଲେ। ତେବେ ଦାବି ପୂରଣ ନ ହେବାଯାଏ ଗଣଧାରଣା ଜାରି ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି ଗତ କିଛିଦିନ ତଳେ ଅଗାଧୁପୁର ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଆଣି ଏହି ବିଦ୍ୟାଳୟରେ ନିୟୋଜିତ କରାଯାଇଥିଲା। କିନ୍ତୁ ଅଗାଧୁପୁର ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ଆସି ଧାରଣା ଓ ଦାବିପତ୍ର ଦେବାରୁ ସେହି ଶିକ୍ଷକଙ୍କୁ ପୁଣି ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe