ସବୁ ସୁବିଧା ସତ୍ତ୍ବେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମୁଛି

Advertisment
ସବୁ ସୁବିଧା ସତ୍ତ୍ବେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମୁଛି

The Quint

ଜୟପୁର: ନୂଆ ଶିକ୍ଷା ବର୍ଷ ପାଇଁ ସ୍କୁଲଗୁଡିକରେ ନାମଲେଖା ପର୍ବ ଆରମ୍ଭ ହୋଇଗଲାଣି। ଘରୋଇ ସ୍କୁଲରେ ସିଟ୍ ପାଇବା ପାଇଁ ଅଭିଭାବକ ମାନେ ଉଦ୍ୟମ କରୁଥିବା ବେଳେ ସରକାରୀ ସ୍କୁଲ ପାଇଁ ସେଭଳି କିଛି ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିନାହିଁ। ମାଟ୍ରୀକ ପରୀକ୍ଷାରେ ଜିଲ୍ଲାରେ ଭଲ ପରୀକ୍ଷା ଫଳାପଳ ହୋଇଥିଲା। ସାରା ରାଜ୍ୟରେ ଜିଲ୍ଲା ୯୫.୩୨ପ୍ରତିଶତ ପରୀକ୍ଷା ଫଳ ରଖିଥିଲା।

ଏ-୧ରେ ୧୯ଜଣ ସ ଏ-୨ରେ ୧୪୧ଜଣ ପିଲା ପାସ୍ କରିଥିଲେ ହେଁ ସରକାରୀ ସ୍କୁଲ ଏହି ଦୁଇ  ଗ୍ରେଡରେ ବହୁ କମ୍ ପିଲା ପାସ୍ କରିଛନ୍ତି। ଏପରିକି ଏ-୧ରେ ୧ଜଣଙ୍କ ମଧ୍ୟରୁ ମାତ୍ର ୨ଜଣ ବୋରିଗୁମ୍ମା ହାଇସ୍କୁଲ ଓ ଜଣେ ଜୟପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପାସ୍ କରିଛନ୍ତି। ଏପରିକି ଘରୋଇ ବିଦ୍ୟାଳୟ ଗୁଡିକରେ ପାସ୍ କରିଥିବା ବହୁ ଏ-୧ ଗ୍ରେଡର ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସରକାରୀ ସ୍କୁଲ ଗୁଡିକରେ ଶିକ୍ଷକ ଭାବେ କାମ କରୁଛନ୍ତି। ରାଜ୍ୟସରକାର ବିଭିନ୍ନ ଯୋଜନା କରି ଗୁଣାତ୍ମକ ଶିକ୍ଷା , ଶୈକ୍ଷିକ ପରିବେଶ, କ୍ରୀଡା ଓ ଖେଳକୁଦ ପାଇଁ ବ୍ୟାପକ ସାଧନ ଦେବା ସହ ପୁରୁଣାକାଳିଆ ସ୍କୁଲକୁ ୫-ଟି ମୋ ସ୍କୁଲ ଅଭିଯାନରେ ରୁପାନ୍ତରିତ ବି କରୁଛନ୍ତି। ତା ବାଦେ ବି ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା କମ୍ ରହିଛି।

ଘରୋଇ ସ୍କୁଲ ଗୁଡିକ ଅତ୍ୟାଧୁନିକ କଂପୁଟର ଲ୍ୟାବ୍, ଲାଇବ୍ରେରୀ, ପିଲାଙ୍କ ସଂଖ୍ୟା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦେବା ସହ କିଭଳି ଛାତ୍ରଛାତ୍ରୀ ମାନେ ସ୍କୁଲ ପଢ଼ା ସମୟରୁ ହିଁ ନିଜ ଲକ୍ଷ୍ୟ ଅନୁଯାୟୀ ପଢ଼ିବେ ସେଭଳି ଶିକ୍ଷାଦାନ ଦେବା ବ୍ୟବସ୍ଥା କରୁଛନ୍ତି। ପାଠ୍ୟକ୍ରମ , ଶିକ୍ଷାଦାନର ଢ଼ାଂଚା, ବୈଦ୍ଧିକ ଓ ଶାରିରୀକ ବିକାଶ ଦିଗରେ ଘରୋଇ ସ୍କୁଲରେ ଯେଭଳି ବ୍ୟବସ୍ଥା କରାଯାଉଛି ସେଭଳି ସରକାରୀ ବିଦ୍ୟାଳୟରେ ରହୁ ନଥିବା ଜଣେ ସରକାରୀ ଶିକ୍ଷକ ଓ ଅଧ୍ୟାପକ ନିଜ ନାମ ଗୋପନ ରଖି କହିଛନ୍ତି। ସଂପ୍ରତି ସହରରେ ଥିବା ୨ଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହ ୧୦ଟି ବଡ଼ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବି ଚାଲିଛି। ତେବେ ଏହି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପ୍ରତି ହିଁ ଅଧିକା ପିଲା ଆକୃଷ୍ଟ ହେଉଛନ୍ତି।

ସହରରେ ଅନ୍ୟପକ୍ଷ‌ରେ ୬ଟି ପୁରାତନ ହାଇସ୍କୁଲ ସହ ଆଉ କିଛି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ତେବେ ସ୍ବଚ୍ଛଳବର୍ଗ ଲୋକେ ସରକାରୀ ସ୍କୁଲରେ ପଢ଼ାଇବା ବଦଳରେ ଘରୋଇ ସ୍କୁଲକୁ ହିଁ ପ୍ରାଥମିକତା ଦେଉଛନ୍ତି। ଏହି ସ୍ଥିତିରେ ଏବେ ସରକାରୀ ସ୍କୁଲରେ ନାମଲେଖାଇବାକୁ ସେତେଟା ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦିଓ କିଛି ମାତ୍ରାରେ ଅଭିଭାବକ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତି ଆଗ୍ରହ ରହିଥିଲେ ହେଁ ଜୟପୁର ବ୍ଲକରେ ଜୟପୁର ସଦରମହକୁମା ଠାରୁ ୧୮କିଲୋ ମିଟର ଦୂରତାରେ ଏହା ରହିଥିବାରୁ ଏତେ ଦୂରକୁ ଯାଇ ପିଲା ପାଠ ପଢ଼ିବାକୁ ବି ଇଛା ପ୍ରକାଶ କରୁନାହାନ୍ତି। ଏହି ସ୍ଥିତିରେ ଏହାର ଫାଇଦା ଉଠାଇ ଘରୋଇ ସ୍କୁଲ ଗୁଡିକ ବି ଫି’ ବୃଦ୍ଧି କରିଥିବା ଅଭିଭାବକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe