କରୋନା ମାଡ଼ ପରେ ସର୍ବସ୍ବାନ୍ତ କାରିଗର, ତଥାପି ଆତ୍ମନିର୍ଭରଶୀଳତା ପାଇଁ ଉଦ୍ୟମ ଜାରି

କରୋନା ମାଡ଼ ପରେ ସର୍ବସ୍ବାନ୍ତ କାରିଗର, ତଥାପି ଆତ୍ମନିର୍ଭରଶୀଳତା ପାଇଁ ଉଦ୍ୟମ ଜାରି

ଝାରସୁଗୁଡା: କରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଶ୍ନବାଚୀ ଚିହ୍ନ ଆଙ୍କି ଦେଇଥିବା ବେଳେ ଲୋକେ ଏକାସାଥିରେ ଏବେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଗୋଟିଏ ପଟେ ମାରାତ୍ମକ ରୋଗ ଆକ୍ରମଣ ଓ ଅନ୍ୟପଟେ ପେଟ ପାଇଁ ଚିନ୍ତା ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ରୋଗ ଅପେକ୍ଷା ପରିବାରର ଲୋକଙ୍କ ପେଟ କଥା ବେଶୀ ଚିନ୍ତା କରୁଛନ୍ତି। ଏଭଳି ଏକ ଭୟଙ୍କର ଲଢ଼େଇ ମଧ୍ୟରେ ଗରିବ ଜନସାଧାରଣ ଏକ ପ୍ରକାର ପେଶି ହୋଇଥିବା ବେଳେ କିଛି ଉଦ୍‌ଯୋଗୀ ବ୍ୟକ୍ତି ଏଭଳି ପରିସ୍ଥିତିକୁ ସାମ୍‌ନା କରିବାକୁ ନିଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ପରିଶ୍ରମ ଆରମ୍ଭ କରିଛନ୍ତି।

ଏଭଳି ଜଣେ ବ୍ୟକ୍ତ ହେଉଛନ୍ତି ଝାରସୁଗୁଡ଼ା ମଙ୍ଗଳବଜାର ଅଞ୍ଚଳର ମହମ୍ମଦ ସମିମ । ସମିମ୍‌ ଷ୍ଟିଲ ଆରମିଲା, କୁଲର ପ୍ରଭୃତି ତିଆରି କରି ଭଲରେ ଚଳି ଆସୁଥିଲେ। ଠିକ୍‌ ଗ୍ରୀଷ୍ମ ସମୟରେ କୁଲର ନିର୍ମାଣ କରି ଭଲ ଦୁଇ ପଇସା ରୋଜଗାର କରିବା ସମୟରେ କରୋନା ପାଇଁ ସାରା ଭାରତ ବର୍ଷରେ ଲକ୍‌ଡାଉନ୍‌ ହୋଇ ଯାଇଥିଲା। ଲକ୍‌ଡାଉନ୍‌ ସମୟରେ କୁଲର ନିର୍ମାଣ କରି ପାରିନଥିବା ବେଳେ ବିକ୍ରି ମଧ୍ୟ ହୋଇନଥିଲା। ପାଖରେ ଯାହା କିଛି ଅର୍ଥ ଥିଲା ଲକ୍‌ ଡାଉନ ସମୟରେ ତାକୁ ପରିବାର ଚଳ‌େଇବାରେ ଖର୍ଚ୍ଚ ହୋଇ ଯାଇଥିଲା। ଏବେ କୁଲର କି ଅରମିଲାର ସେତିକି ଚାହିଦା ମଧ୍ୟ ଆଉ ବଜାରରେ ନାହିଁ। ଏହାକୁ ଦୃଷ୍ଟିରେ ରଖି ସମିମ୍‌ ଏବେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ଏକ ଫୋଲଡ଼ିଂ ଚେୟାର ନିର୍ମାଣ କରି ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଜାରି କରିଛନ୍ତି।

ଚୀନ ସହ ଭାରତର ସମ୍ପର୍କରେ ତିକ୍ତତା ଆସିବା ପରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଗଠନ ପାଇଁ ଆହ୍ୱାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ସାଧାରଣ ଲୋକ ଚୀନ ସାମଗ୍ରୀ ବର୍ଜନ କରିବାକୁ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଝାରସୁଗୁଡା ସହର ମଙ୍ଗଳବଜାର ବାସିନ୍ଦା ମହମ୍ମଦ ସମିମ ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆଗେଇ ଆସିଥିବା କୁହନ୍ତି । ସେ ଏବେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଚେଆର ଓ ବଜାରରେ ବିକ୍ରି କରି ବେଶ ଲାଭବାନ ହେବା ସହିତ ଅନ୍ୟ ଚାରି ଜଣଙ୍କୁ ଚାକିରି ପ୍ରଦାନ କରିପାରିଛନ୍ତି। ପାଖରେ ଯଦିଓ ବଡ ପୁଞ୍ଜି ନାହିଁ ତଥାପି ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ବଳରେ ସେ ସଫଳ ହେବ‌େ ବୋଲି କହିଛନ୍ତି।

publive-image

ଏହି ଦୃଢ଼ ମନୋଭାବକୁ ଆଧାର କରି ସେ ଆରମ୍ଭ କରିଛନ୍ତି ଏଭଳି ଏକ କ୍ଷୁଦ୍ରଶିଳ୍ପ । ଝାରସୁଗୁଡା ସହର ମଧ୍ୟ ଭାଗରେ ଥିବା ମଙ୍ଗଳବଜାର ଅଂଚଳରେ ଏକ କୁଡିଆ ଘରେ ନିଜ ପରିବାର ସହ ରହୁଥିବା ସମିମ ସେହି ଘରର ଅଗଣାରେ ଆରମ୍ଭ କରିଛନ୍ତି ଏଭଳି ସାମଗ୍ରୀ ପ୍ରସ୍ତତି କାର୍ଯ୍ୟ । ଆଉ ସେଠାରୁ ପ୍ରସ୍ତୁତ ହେଉଥିବା ଏହି ମ୍ୟାଜିକ୍‌ ଚେୟାରକୁ  ବିକ୍ରି କରୁଛନ୍ତି ବିଭିନ୍ନ ଛକ ସ୍ଥ‌ାନ ମାନଙ୍କରେ । ଏହି ମ୍ୟାଜିକ ଚେୟାର ଦେଖିବାକୁ ଗୋଟିଏ ବାକ୍ସ ଭଳି । କିନ୍ତୁ ତାହାକୁ ଖୋଲିଲେ ଏଥି ମଧ୍ୟରୁ ବାହାରୁଛି ୫ ଟି ଚେୟାର । ଯାହା ଦେଖିବାକୁ ସୁନ୍ଦର ଓ ଘରେ ରଖିବାକୁ କମ୍ ସ୍ଥାନ ଆବଶ୍ୟକ । ଏଥିପାଇଁ ଲୁହା ପାଇପ କୁ କାଟି ତାକୁ ୱେଲଡିଂ କରି ସେଥିରେ ପ୍ଲାଏ ଓ ରେଗ୍‌ଜିନ ସହ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରସ୍ତୁତ କରୁଛନ୍ତି ଏହି ମ୍ୟାଜିକ ଚେୟାର । ତାଙ୍କ ସହିତ ଏହି କାମରେ ସହିତ ହାତ ମିଳାଉଛନ୍ତି  ଅନ୍ୟ କର୍ମଚାରୀ କାରିଗର ମାନେ ସମିମ୍‌ଙ୍କ ଭଳି ଜଣେ କ୍ଷୁଦ୍ର ଉଦ୍ୟୋଗୀଙ୍କଚୁ ଯଦି ସରକାରଙ୍କ ତରଫରୁ କିଛି  ପ୍ରୋତ୍ସାହନ ଦିଆଯାଏ, ତେବେ ସେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କର୍ମସଂସ୍ଥାନ ‌ଦେଇ ପାରନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe