ଭଦ୍ରକ: ଭଦ୍ରକ ଜିଲ୍ଲାର କର୍ତ୍ତବ୍ୟରତ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ପାଇବେ ଚଳିତ ୨୦୨୩-୨୪ ବର୍ଷ ପାଇଁ ଡିଜିପି ଡିକ୍ସ ମେଡାଲ। ଏଥି ପାଇଁ ତାଙ୍କୁ ରାଜ୍ୟ ସ୍ଥରରେ ମନୋନୀତ କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରେ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଉତ୍ସବରେ ତାଙ୍କୁ ଏହି ମେଡାଲ ପ୍ରଦାନ କରାଯିବ। ଶ୍ରୀ ଦ୍ୱିବେଦୀ ଜଣେ ନିଷ୍ଠାପର ଓ କର୍ତ୍ତବ୍ୟନିଷ୍ଠ ପୁଲିସ ଅଫିସର ଭାବରେ ସଫଳତାର ସହ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି।
ଭଦ୍ରକ ଜିଲ୍ଲାରେ ତାଙ୍କର ବେଶ୍ ସୁନାମ ରହିଛି। ସେ ଜଣେ ଲୋକପ୍ରିୟ ପୋଲିସ ଅଫିସର ଭାବରେ ଭଦ୍ରକରେ ବେଶ୍ ପରିଚିତ। ସେ କେବଳ ଜଣେ ସଫଳ ପୋଲିସ ଅଫିସର ଭାବରେ ପରିଚିତ ତା ନୁହେଁ। ସେ ଜଣେ ଭଲ ଗାୟକ ଭାବରେ ବିଭିନ୍ନ ସଭା ସମିତି ଓ ସାଂସ୍କୃତିକ ଉତ୍ସବରେ ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନ ମୋହି ନିଅନ୍ତି। ତାଙ୍କର ସବୁଠାରୁ ଭଲ ଗୁଣ ହେଲା ସେ ସବୁ ବେଳେ ହସ ହସ ମୁହଁ ରେ ଥାନ୍ତି। ଜଣେ ସଫଳ ପୋଲିସ ଅଫିସର ଭାବରେ ସେ ସବୁ ପ୍ରକାର ସମସ୍ୟାକୁ ଅତି ସଫଳତାର ସହ ମୁକାବିଲା କରନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆତି ସହଜରେ ମୁକାବିଲା କରିବାରେ ସେ ବେଶ୍ ସିଦ୍ଧହସ୍ତ। ଭଦ୍ରକର ଭାଇଚାରା ସହରରେ ସେ ସମସ୍ତଙ୍କର ପ୍ରିୟ ପୋଲିସ ଅଫିସର ଭାବରେ ପରିଚିତ। ସେଥି ପାଇଁ ତ ତାଙ୍କୁ ସବୁ ସଭା ସମିତିରେ ଆଗ ଡାକରା ପଡେ।
Follow Us