ନୂଆପଡ଼ା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୁଲିସ ମହାନିର୍ଦ୍ଦେଶକ

ନୂଆପଡ଼ା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୁଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ନୂଆପଡ଼ା ଗସ୍ତ କରିଛନ୍ତି। ପଡ଼ୋଶୀ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ସେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରୀ ୩ ଶହ ଉପରେ ରହୁଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ନୂଆପଡା ପହଞ୍ଚି ଅପରାହ୍ନରେ ଜୋଙ୍କ ଥାନା, ଖରିଆରୋଡ଼, ଖରିଆର ସହର, ଜୋଙ୍କ ନଦୀ ନିକଟ ସୀମାନ୍ତ ଯାଇ ଚେକ୍ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେଠାରେ ଉଭୟ ରାଜ୍ୟ ସୀମାନ୍ତରେ ସ୍ଥିତି ଅନୁଧ୍ୟାନ  କରିଥିବା ବେଲେ ଜିଲ୍ଲା ପୁଲିସ ଅଧିକାରୀ ମାନଙ୍କ ସହ କୋଭିଡ ମୁକାବିଲା ପାଇଁ ଆଲୋଚନା କରିଛନ୍ତି। ପୁଲିସ ମହାନିର୍ଦେଶକଙ୍କ ସହିତ ରାଜ୍ୟ ସ୍ତରୀୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଏହି ଗସ୍ତରେ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe