ଯାଜପୁର ଗସ୍ତ କରି ଲକ୍‌ଡାଉନ୍ କାର୍ଯ୍ୟକାରିତା ଉପରେ ଅବଗତ ହେଲେ ଡିଜିପି

Advertisment

ଜନ ସାଧାରଣଙ୍କ ସମର୍ଥନ, ପୁଲିସକୁ ମିଳିଲା ସହଯୋଗ

ଜନ ସାଧାରଣଙ୍କ ସମର୍ଥନ, ପୁଲିସକୁ ମିଳିଲା ସହଯୋଗ

ଯାଜପୁର ଗସ୍ତ କରି ଲକ୍‌ଡାଉନ୍ କାର୍ଯ୍ୟକାରିତା ଉପରେ ଅବଗତ ହେଲେ ଡିଜିପି

ଯାଜପୁର: ଓଡିଶା ପୁଲିସ ଡିଜିପି ଅଭୟ ଯାଜପୁର ପରିଦର୍ଶନ କରି ଜିଲ୍ଲାର ଲକଡାଉନ୍ କାର୍ଯ୍ୟକାରିତା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା, ପୁଲିସ ହେଲ୍ପଲାଇନ / ଡାଏଲ୍ ୧୦୦ ଏବଂ ପୁଲିସ କର୍ମଚାରୀଙ୍କ କଲ୍ୟାଣ ବିଷୟରେ ସମୀକ୍ଷା କରିଛନ୍ତି । ଡିଜିପି କୁଆଖିଆ ପୁଲିସ ଷ୍ଟେସନ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ଡିଜି ସିଆର ମଧ୍ୟ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ଏସପି ଚରଣ ସିଂ ମୀନାଙ୍କ ସହ ଅନ୍ୟାନ୍ୟ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ଗତ କାଲି ରାତି ୮ଟା ଠାରୁ ଜିଲ୍ଲା ପ୍ରଶାସନ କିଛି ନିଧିଷ୍ଟ ଅଞ୍ଚଳରେ ସୋମବାର ରାତି ୮ ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଜାରି କରିଛନ୍ତି। ଜିଲ୍ଲାର ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ, ବ୍ୟବସାୟିକ ପେଣ୍ଠସ୍ଥଳୀ ଚଣ୍ଡିଖୋଲ, ପାଣିକୋଇଲି ଓ ପ୍ରତି ବ୍ଲକର ମୁଖ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଏହି ସଟ୍‌ ଡାଉନ କାର୍ଯ୍ୟକାରୀ କରାଯାଇଛି।

publive-image

ଗତକାଲି ରାତିରୁ ସଟ୍ ଡାଉନକୁ କଡାକଡି ଭାବେ ପାଳନ କରିବାକୁ ପୁଲିସ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ନିଜେ ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଏସପି ସଂ ମୀନା ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇଥିଲେ। ତେବେ ଆଜି ସକାଳୁ ଜିଲ୍ଲାରେ ସଟ‌୍ ଡାଉନର ଚିତ୍ର ବାରି ହୋଇ ପଡିଥିଲା। ରାସ୍ତା ଘାଟ ଶୂନ ଶାନ୍ ଥିବା ବେଳେ କୌଣସି ଲୋକଙ୍କ ଯାତାୟତ ଦେଖିବାକୁ ମିଳିନଥିଲା। ରାସ୍ତାର ବିଭିନ୍ନ ଛକରେ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତି ଓ ଫାର୍ଗମାର୍ଚ ରହିଥିଲା।

publive-image

ସହର ମଧ୍ୟରେ ମୁଖ୍ୟ ଚିକିତ୍ସାଳୟ ଥିବାରୁ କେବଳ ଗୁରୁତର ରୋଗୀ ଏବଂ ଆମ୍ବୁଲାନସକୁ ଯାତାୟତର ଅନୁମତି ରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟରେ କେବଳ ଔଷଧ ଦୋକାନ ଖୋଲିବାକୁ ଅନୁମତି ଥିବାରୁ ସହରରେ କାଁଭାଁ ‌‌ଔଷଧ ଦୋକାନ ଖୋଲା ରହିଛି। ସହରର ମୁଖ୍ୟ ପ୍ରବେଶ ପଥ କେବଳ ଜୁରୁରୀ ଯାତାୟତକୁ ଛାଡି ସଂପୂର୍ଣ୍ଣ ସିଲ୍ ହୋଇଯାଇଛି। ଆଜି ଗୋଟିଏ ଦିନ ଶେଷ ହୋଇଥିବା ବେଳେ ଆହୁରି ଗୋଟିଏ ଦିନ ଜିଲ୍ଲାବାସୀ ସଟ ଡାଉନରେ ରହିବେ। ତେଣୁ ଘରେ ରହିବା ସହ ପରିବାର ସହ ସମୟ କାଟିବାକୁ ପ୍ରଶାସନ ଲୋକମାନଙ୍କୁ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe