ଧାମନଗର ଡବଲ ମର୍ଡର, ଦୁଷ୍କର୍ମ ଘଟଣା:କଲଭର୍ଟ ତଳୁ ମିଳିଲା ଧରମବାପାଙ୍କ ମୃତଦେହ

Advertisment
ଧାମନଗର ଡବଲ ମର୍ଡର, ଦୁଷ୍କର୍ମ ଘଟଣା:କଲଭର୍ଟ ତଳୁ ମିଳିଲା ଧରମବାପାଙ୍କ ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମର ରବୀନ୍ଦ୍ର ବେହୁରିଆଙ୍କ ପତ୍ନୀ ଭକ୍ତିଲତାଙ୍କୁ ଶିଳପୁଆରେ ଛେଛି ହତ୍ୟା କରିବା ପରେ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ଗ୍ରାମର କୁଳମଣି ମହାନ୍ତିଙ୍କ ପୁଅ ଗୋପୀନାଥ ଓରଫ ବବୁଆ(୨୮ ବର୍ଷ) । ତେବେ ଏହି ଅଘଟଣ ପୂର୍ବରୁ ନିଖୋଜ ଥିବା ରବୀନ୍ଦ୍ରଙ୍କ ସମ୍ପର୍କରେ ପୁଲିସ ବିଭିନ୍ନ ସନ୍ଦେହ କରୁଥିବା ବେଳେ ହତ୍ୟା ଓ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ବବୁଆକୁ ଭୁବନେଶ୍ୱରର ଚନ୍ଦ୍ରଶେଶଖରପୁର ଅଞ୍ଚଳରୁ ଗିରଫ କରିବା ପରେ ତାର ବୟାନ ଅନୁଯାୟୀ ୨୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ମା କାଳିତ୍ରୀ ପୀଠ ପାଖରେ ଥିବା ଏକ କଲଭର୍ଟ ତଳୁ ରବୀନ୍ଦ୍ରଙ୍କ ମୃତଦେହ ଜବତ କରାଯାଇଛି। ନିକଟରେ ରବୀନ୍ଦ୍ର ବ୍ୟାଙ୍କରୁ ଉଠାଇ ଥିବା ୨ ଲକ୍ଷ ଟଙ୍କା ନେବା ପାଇଁ ଗୋପୀନାଥ ଏପରି ନାରକୀୟ କାଣ୍ଡ ଘଟରାଇଥିବା ସ୍ୱୀକାର କରିଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ଏହି ଡବଲ ମର୍ଡର ସହିତ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ କରିବା ସହିତ ଅଭିଯୁକ୍ତ ଗୋପୀନାଥଙ୍କୁ ଗିରଫ କରିବାରେ ଭଦ୍ରକ ପୁଲିସ ସକ୍ଷମ ହୋଇଛି।

publive-image
ସୂଚନାଯୋଗ୍ୟ ଯେ ଗୋପୀନାଥଙ୍କୁ ଭକ୍ତିଲତା ଧମର ପୁଅ କରିଥିଷଳ। ଏଥିପାଇର୍ ରବୀନ୍ଦ୍ରଙ୍କ ଘରକୁ ଗୋପୀନାଥର ଥିଲା ଅବାଧେ ପ୍ରବେଶ। ତେବେ ପୂର୍ବ ସପ୍ତାହରେ ଗୋପୀନାଥ ରବୀନ୍ଦ୍ରଙ୍କ ଘରକୁ ଆସି ଖାଇପିଇ ଯାଇଥିଳ।ା କିନ୍ତୁ ହଠାତ ୨୯ ତାରିଖ ରାତିରେ ଗୋପୀଡ଼ାଥ କୌଣସି କାରଣରୁ ରବୀନ୍ଦ୍ରଙ୍କ ପରିବାର ଉପରେ ପ୍ରତିଶୋଧପରାୟଣ ହୋଇଯାଇଥିଲା। ଏଥିପାଇଁ ସେ ରଚିଥିଲା ଭୟଙ୍କର ଷଡଯନ୍ତ୍ର।

publive-imageଭୁବନେଶ୍ୱରରେ ରହୁଥିବା ଗୋପୀନାଥ ରବୀନ୍ଦ୍ରଙ୍କୁ ଫୋନ କରି ଏକ ଭୋଜିକୁ ଯିବା ପାଇଁ ଆମନ୍ତ୍ରଣ କରିଥିଲା। ଏ ନେଇ ରବୀନ୍ଦ୍ର ମଧ୍ୟ ଫେରିବା ବିଳମ୍ବ ହେବ ବୋଲି ଫୋନ କରି ଘରକୁ ଜଣାଇ ଦେଇଥିଲେ। ଗୋପୀନାଥ ବାରିକପୁରରେ ପହଞ୍ଚିବା ପରେ ରବୀନ୍ଦ୍ର ସହିତ ମିଶି ବାରିକପୁରର ଏକ ହୋଟେଲକୁ ଯାଇଥିଲେ ଏବଂ ସେଠାରେ ମଦ ପିଇବା ସହିତ ଖାଇଥିଲେ। ତେବେ ଟଙ୍କାପଇସା କାରବାରକୁ ନେଇ ଗୋପୀନାଥ ରବୀନ୍ଦ୍ରଙ୍କୁ ମାରି ତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ମା କାଳିତ୍ରୀ ପୀଠ ପାଖରେ ଥିବା ଏକ କଲଭର୍ଟ ତଳେ ଲୁଚାଇ ତାଙ୍କ ଘରକୁ ଯାଇଥିଲା।ଗୋପୀନାଥ ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କ ବାଇକ୍‌ ଓ ମୋବାଇଲ ନେଇ ରବୀନ୍ଦ୍ର ଘର ତାଳସିଠାରେ ପହଞ୍ଚିଥିଲା। ଘର ଆଗରେ ଠିଆ ହୋଇ ରବୀନ୍ଦ୍ର ମୋବାଇଲ ଫୋନରୁ ଭକ୍ତିଲତାଙ୍କୁ ଫୋନ କରିବାରୁ ଭକ୍ତିଲତା କବାଟ ଖୋଲିଥିଲେ। ଗୋପୀନାଥ ତାଙ୍କ ଘର ଭିତରକୁ ପଶିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଭକ୍ତିଲତାଙ୍କ ନାବାଳିକା ଝିଅ ପହଞ୍ଚି ବିରୋଧ କରିବାରୁ ଗୋପୀନାଥ ତା’ର ହାତ ଗୋଡ଼ ବାନ୍ଧି ପକାଇବା ସହ ଶିଳପୁଆରେ ଭକ୍ତିଲତା ମୁଣ୍ଡକୁ ଛେଚି ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଭକ୍ତିଲତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବାବେଳେ ସୈତାନ ପାଲଟି ଯାଇଥିବା ଗୋପୀନାଥ ହାତଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ଝିଅକୁ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ଏହା ପୂର୍ବରୁ ନାବାଳିକା ଜଣକ ତାଙ୍କର ଜଣେ ପଡ଼ୋଶୀ ସମ୍ପର୍କୀୟଙ୍କୁ ଫୋନ କରି ଦେଇଥିବାରୁ ସେତିକିବେଳେ କେତେକ ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି ଗୋପୀନାଥ ସେଠାରୁ ଖସି ପଳାଇଥିଲା। ମୁମୂର୍ଷୁ ଅବସ୍ଥାରେ ଭକ୍ତିଲତାଙ୍କୁ ଗ୍ରାମବାସୀମାନେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

publive-image
ଖବର ପାଇ ପୂର୍ବାଞ୍ଚଳ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଭଦ୍ରକ ଏସ୍‌ପି ବାତୁଳ ଗଙ୍ଗାଧର, ଧାମନଗର ଏସଡିପିଓ ମନୋରଂଜନ ସାମଲ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଭୁବନେଶ୍ୱର ଯାଇ ଅଭିଯୁକ୍ତ ଗୋପୀନାଥକୁ ଗିରଫ କରିଥିଲେ। ପୁଲିସ ହାତରେ ଧରା ପଡ଼ିବା ପରେ ଭକ୍ତିଲତାଙ୍କୁ ହତ୍ୟା କରିବା ପୂର୍ବରୁ ରବୀନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରି ଶବକୁ ଗାଁ ନିକଟରେ ଲୁଚାଇ ରଖିଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲା। ଆଜି ଗୋପୀନାଥଙ୍କୁ ସାଙ୍ଗରେ ନେଇ ପୁଲିସ ରବ ୀନ୍ଦ୍ରଙ୍କ ମୃତଦେହ କଲଭର୍ଟ ତଳୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe