ରାଇରଙ୍ଗପୁର ଲ୍ୟାମ୍ପ୍ ପରିସରରେ ଧାନମଣ୍ଡି ଉଦ୍‌ଘାଟିତ

ରାଇରଙ୍ଗପୁର ସହରର କଚେରୀ ନିକଟସ୍ତ ଲ୍ୟାମ୍ପ୍ ପରିସରରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଅତିଥିମାନେ ଧାନର ଗୁଣାତ୍ମକମାନ ତଥା ଧାନମଣ୍ଡି ଉଦ୍‌ଘାଟନ ହେଉଥିବାରୁ ସମସ୍ତ ଚାଷୀମାନଙ୍କୁ ସ୍ବାଗତ କରିବା ସହିତ ଧାନର ଦର ଓ ସରକାରୀ ସହାୟତା ଦର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ...

Dhanmandi inaugurated at Rairangpur Lamp premises

Dhanmandi inaugurated at Rairangpur Lamp premises Photograph: (sambad.in)

ରାଇରଙ୍ଗପୁର: ରାଇରଙ୍ଗପୁର ସହରର କଚେରୀ ନିକଟସ୍ତ ଲ୍ୟାମ୍ପ୍  ପରିସରରେ ଧାନମଣ୍ଡି  ସଭାପତି ଏସିଏସଓ ସାରଙ୍ଗଧର ବେହେରାଙ୍କ ଅଧ୍ଯକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ରୂପେ ତହସିଲଦାର ବିଶ୍ବନାଥ ବିଶ୍ବାଳ, ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଓ ବ୍ଲକ ଅଧ୍ଯକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ। ସଭାପ୍ରାରମ୍ଭରେ ସଭାପତି  ଧାନମଣ୍ଡି ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏହାପରେ ଅତିଥିଗଣ ଧାନର ଗୁଣାତ୍ମକମାନ, ଗତ ଦୁଇଦିନ ତଳେ ରାଇରଙ୍ଗପୁର ବ୍ଲକମାନଙ୍କରେ ଧାନମଣ୍ଡି ଉଦଘାଟିତ ହୋଇଥିଲା। 

ଏବେ ରାଇରଙ୍ଗପୁରରେ ଧାନମଣ୍ଡି ଉଦ୍‌ଘାଟନ ହେଉଥିବାରୁ ସମସ୍ତ ଚାଷୀମାନଙ୍କୁ ସ୍ବାଗତ କରିବା ସହିତ ଧାନର ଦର ଓ ସରକାରୀ ସହାୟତା ଦର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। 

ଏହାପରେ ସେମାନେ ଧାନମଣ୍ଡି ଯାଇ ଫିତା କାଟି ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ସଭାପତି ଏସିଏସଓ ସାରଙ୍ଗଧର ବେହେରା ସଭା ପରିଚାଳନା ସହ ଧନ୍ଯବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: କ୍ରିକେଟ ମ୍ୟାଚ୍ ବେଳେ ଟଳି ପଡ଼ିଲେ ବ୍ୟାଟ୍ସମ୍ୟାନ୍

ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ଲ୍ଯାମ୍ପର ଏମଡି ଲୋପାମୁଦ୍ରା ମହାନ୍ତ ତଥା କର୍ମଚାରୀଗଣ ଆଶୁତୋଷ ମହାନ୍ତ, କୃଷ୍ଣ ମହାନ୍ତ,ଇନ୍ଦ୍ରଜିତ ବାରିକ, ସଂଜୀତ ବାରିକ,ରୂପାଲି ମହାନ୍ତ ଓ ବିଶ୍ୱକଳ୍ପିତା ମହାନ୍ତ ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ। ଏହି ଧାନମଣ୍ଡି ଉଦ୍‌ଘାଟନରେ ବହୁସଂଖ୍ଯାରେ ଚାଷୀ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe