ଧରଣୀପେନୁ ମହୋତ୍ସବ: ଆଦିବାସୀ ଲୋକଗୀତ-ଲୋକନୃତ୍ୟ ମନମୋହିଲା

Advertisment
ଧରଣୀପେନୁ ମହୋତ୍ସବ: ଆଦିବାସୀ ଲୋକଗୀତ-ଲୋକନୃତ୍ୟ ମନମୋହିଲା

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ବାଙ୍କେଲ ଗାଁରେ ଉପଖଣ୍ଡସ୍ତରୀୟ ଧରଣୀପେନୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ଵାରା ଆୟୋଜିତ ଉକ୍ତ ମହୋତ୍ସବକୁ ସଂଘର ଉପସଭାପତି ତଥା ଉତ୍କଳ କନ୍ଧ ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିଶିକେଶନ ଜାନୀ ଧରଣୀପେନୁଙ୍କ ପୂଜା ଆରାଧନା କରି ଉଦ୍‌ଘାଟନ କରିଥିଲେ। ପରେ ଗାଁରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ମହୋତ୍ସବରେ ଆଦିବାସୀ ଢାପ ଡକା, ଆଦିବାସୀ ଲୋକଗୀତ, ଲୋକନୃତ୍ୟ, ଲୋକବାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଆଦିବାସୀମାନଙ୍କ ଲୁକ୍କାୟିତ ସଂସ୍କୃତି, ପୂଜା ପଦ୍ଧତି, ଲୋକ ସଙ୍ଗୀତ, ବାଦ୍ୟ ନୃତ୍ୟ, ଗୀତର ସୁରକ୍ଷା, ସଂରକ୍ଷଣ, ପ୍ରଚାର ପ୍ରସାର, ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକ୍‌ରେ ଧରଣୀପେନୁ ମହୋତ୍ସବ ଆୟୋଜିତ କରିବାକୁ ମୁଖ୍ୟ ଅତିଥି ଶ୍ରୀ ଜାନୀ ପ୍ରକାଶ କରିଥିଲେ।

publive-image

ମହୋତ୍ସବରେ ନାରେନ୍, ଖୋଲାନ, ଜଗୁଆ, ମାଳିଶିରା, ଶାଲେପଡ଼ା, ବେଲପଦର, ତେନ୍ତୁଳିଖୁଣ୍ଟି, ସିରୁଲ, ଲିମପଡ଼ା, ସିନ୍ଧେକେଲା, ମନିଗାଁ, ଗନ୍ଧରଗଲା, କଙ୍କଡ଼ାପଦର୍ ଆଦି ୩୦ରୁ ଅଧିକ ଗାଁର ସାଂସ୍କୃତିକ ଦଳ ଯୋଗ ଦେଇଥିଲେ। ସଂଘର ବ୍ଲକ୍‌ ସଭାପତି ଘିମାନନ୍ଦ ଭୋଇ, ପଦ୍ମନ ପ୍ରଧାନୀ, ନିତ୍ୟାନନ୍ଦ ମାଝୀ, ଦୁଃଖୀଶ୍ୟାମ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ସନ୍ତୋଷ ପୁଟା, ଇନ୍ଦ୍ରମଣି ମାଝୀ, ଘାସିରାମ ମାଝୀ, ଚୈତନ୍ୟ ମାଝୀ, ଥବିର ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe