୨୫ରେ ସମ୍ବଲପୁର ଆସୁଛନ୍ତି ଧର୍ମେନ୍ଦ୍ର

୨୫ରେ ସମ୍ବଲପୁର ଆସୁଛନ୍ତି ଧର୍ମେନ୍ଦ୍ର

DigitalLEARNING Magazine - Elets Technomedia

ସମ୍ବଲପୁର: ଆସନ୍ତା ୨୫ ତାରିଖ ଦିନ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ୨୪ ତାରିଖ ରାତିରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ବରରୁ ତପସ୍ବିନୀ ଏକ୍ସପ୍ରେସ୍‌ରେ ଆସି ୨୫ ତାରିଖ ଭୋର୍ ସମ୍ବଲପୁର ପହଂଚି ବୁର୍ଲା ଏମ୍‌ସିଏଲ୍ ଅତିଥିଶାଳାରେ ଅବସ୍ଥାନ କରିବେ। ସକାଳେ ସମ୍ବଲପୁର ସହର ଏବଂ ଉପକଣ୍ଠରେ ବିଭିନ୍ନ ସ୍ଥାନରେ ଆୟୋଜିତ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବେ। ଧନୁପାଲି ସରସ୍ବତୀ ଶିଶୁ ମନ୍ଦିରରେ ଚାଲିଥିବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବାର୍ଷିକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ। ଶିବିରରେ ଯୋଗ ଦେଇଥିବା ଓଡ଼ିଶା ଏବଂ ପଶ୍ଚିମବଂଗ ୧୯୮ ଜଣ ସ୍ଵୟଂସେବକଙ୍କୁ ଶାରୀରିକ, ବୌଦ୍ଧିକ ତଥା ସଂଘ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଗୁଣାବଳୀର ବିକାଶ ସଂପର୍କରେ ପରାମର୍ଶ ଦେବେ।

ମଧ୍ୟାହ୍ନରେ ଫାଟକ ମହାମାୟା ମନ୍ଦିର ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ମହାକାଳେଶ୍ବର ବାବାଙ୍କ ବିବାହ ଉତ୍ସବରେ କନ୍ୟାଦାନ କରୁଥିବା ବିଜେପି ନେତା ଗିରିଜା ସାହୁଙ୍କ ବାସଭବନକୁ ଯାଇ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରିବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ବିଜେପିର କୋର୍ କମିଟି ସଦସ୍ୟଙ୍କ ବୈଠକରେ‌ ଯୋଗଦେଇ ସାଂଗଠନିକ ଆଲୋଚନା ସହିତ ନିର୍ବାଚନ ପ୍ରସ୍ତୁତି ପାଇଁ ଆବଶ୍ୟକ ପରାମର୍ଶ ଦେବେ। ଏହା ପରେ ସନ୍ଧ୍ୟାରେ ହୀରାକୁଦ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବେ। ରାତ‌ିରେ ଆଳତି ସମୟରେ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୋଦିପଡ଼ା ସହିତ ଅନ୍ୟ ପଡ଼ାଗୁଡ଼ିକକୁ ଯାଇ ଦେବଦମ୍ପତିଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୨୬ ତାରିଖ ସକାଳେ ସମ୍ବଲପୁରରେ ବାହାରି ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe