ଫଟୋରେ ଦେଖନ୍ତୁ ଧଉଳି-କଳିଙ୍ଗ ମହୋତ୍ସବ; ଦକ୍ଷତା ଦେଖାଇଲେ କଳାକାର, ଓଡ଼ିଶୀ ନୃତ୍ୟରେ ବିଷ୍ଣୁଙ୍କ ‘ଦଶାବତାର’

ଫଟୋରେ ଦେଖନ୍ତୁ ଧଉଳି-କଳିଙ୍ଗ ମହୋତ୍ସବ; ଦକ୍ଷତା ଦେଖାଇଲେ କଳାକାର, ଓଡ଼ିଶୀ ନୃତ୍ୟରେ ବିଷ୍ଣୁଙ୍କ ‘ଦଶାବତାର’

ଧଉଳି: ଶାନ୍ତିସ୍ତୂପ ‘ଧଉଳି’  ପାଦଦେଶରେ ଆଜିଠାରୁ ୧୭ ତମ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ କଳାକାରମାନେ ଦକ୍ଷତାର ସହିତ ନୃତ୍ୟ ପରିବେଷଣ କରିଛନ୍ତି। ଏକଦା ଯେଉଁ ସ୍ଥାନରୁ ଦିନେ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ, ସେହି ସ୍ଥାନରୁ ବିଗତବର୍ଷମାନଙ୍କ ଭଳି ଆଜି ମଧ୍ୟ ଗୁଞ୍ଜରିତ ହୋଇଛି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା ।

publive-image

ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଆୟୋଜକ ଓନିଶୀ ଅନୁଷ୍ଠାନ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଓନିଶୀ ନୃତ୍ୟରେ ଭଗବାନ ବିଷ୍ଣୁଙ୍କ ‘ଦଶାବତାର’ ରେ ପରିବେଷିତ  ଜୟ ଜଗଦ୍ଦିଶ ହରେ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସର୍ମିଳା ବିଶ୍ବାସ ଓ ନୃତ୍ୟ ପରିକଳ୍ପନା କରିଥିଲେ ଡ. ସୁବାସ ପାଣି ।

publive-image

ଦ୍ବିତୀୟ ସୋପାନରେ କୋଲକାତାର ଉପାସନା ସେଣ୍ଟର ଫର ଡ୍ୟାନ୍ସ ଅନୁଷ୍ଠାନର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ।  ମଣିଷ ଜୀବନ ଦର୍ଶନର ‘ପ୍ରତିବିମ୍ବ’ ଆଧାରିତ କଥକ ନୃତ୍ୟ ଦର୍ଶକମାନଙ୍କ ମନପ୍ରାଣକୁ ବେଶ ଛୁଇଁଥିଲା । ଏହା କିଛି ସମୟ ପାଇଁ ନାଟ୍ୟମଣ୍ଡପ ପରିବୋକୁ ସ୍ତବ୍ଧ କରି ରଖିଥିଲା । ଜୀବନର ଗତିପଥ କେବେ ଏକାକୀ ନୁହେଁ । ପାପ, ପୁଣ୍ୟ, ଭଲ, ମନ୍ଦ, ହସ, ଖୁସି, ଧର୍ମ ଓ ଅଧର୍ମର ମିଶ୍ରିତ ସମାହାରରେ ଛନ୍ଦି ହୋଇଥିବା ଜୀବନ ମାୟାରେ ପରିପୂର୍ଣ୍ଣ । ଏହାର ନ୍ୟୃତ୍ୟ ସଂରଚନା କରିଥିଲେ ଗୁରୁ ଅସୀମ ବନ୍ଧୁ ଭଟ୍ଟାଚାର୍ଯ୍ୟ ।

publive-image

ଅନ୍ତିମ ପ୍ରସ୍ତୁତିରେ ମୟୁରଭଞ୍ଜ ଅଙ୍ଗିକା ଅନୁଷ୍ଠାନର ଶିଳ୍ପୀମାନେ ଛଉନୃତ୍ୟ ‘କପୋତ କଥା’ରେ  ମହାଭାରତ ଉପ୍ୟାଖ୍ୟାନର ଭୀସ୍ମପର୍ବ, ଅଭିମନ୍ୟୁ ଚକ୍ରବ୍ୟୁହ, ପଦ୍ମବ୍ୟୁହ ଓ କନିଷ୍କ ପର୍ବ ଆଦି ଯୁଦ୍ଧ ଉପାଖ୍ୟାନ ସମବେତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ସଦାଶିବ ପ୍ରଧାନ ।

publive-image

ଆଜିର ଉଦଘାଟନୀ ସଂଧ୍ୟାରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳବତି ଡ.ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ନାଲକୋର ଅଧ୍ୟକ୍ଷ ଶ୍ରୀଦ୍ଧର ପାତ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ସଚିବ ଇଲିୟାନା ସୀତାରିଷ୍ଟ। ମନୋରଂଜନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ. ଇଂ ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ସାୟିଦ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe