ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥାଏ, ଝିଅ ବଧୂ ବେଶରେ ବରର ଅପେକ୍ଷା କରିଥାଏ.....ଏତିକି ବେଳେ କାହିଁକି ଭାଙ୍ଗିଯାଏ ବାହାଘର ଜାଣନ୍ତୁ

Advertisment
ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥାଏ, ଝିଅ ବଧୂ ବେଶରେ ବରର ଅପେକ୍ଷା କରିଥାଏ.....ଏତିକି ବେଳେ କାହିଁକି ଭାଙ୍ଗିଯାଏ ବାହାଘର ଜାଣନ୍ତୁ

ଢ଼େଙ୍କାନାଳ: ପ୍ରତ୍ୟେକ ଅବିବାହିତ ଯୁବକ-ଯୁବତୀଙ୍କ ପାଇଁ ସେମାନଙ୍କ ବିବାହ ଉତ୍ସବ ଏକ ସ୍ୱତନ୍ତ୍ର ଦିନ ହୋଇଥାଏ। ତେବେ ସମୟସମୟରେ ସାମାଜରେ ଯୌତୁକ ବିବାହ ଭାଙ୍ଗିଯିବା ଘଟଣା ବଡ଼ ଦୁଃଖର ବିଷୟ ହୋଇଥାଏ। ନିକଟରେ ଜଣେ ଯୁବତୀଙ୍କ ର୍ନିବନ୍ଧ ସରିଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥାଏ, ଝିଅଟି ବଧୂ ବେଶ ସାଜି ବରର ଅପେକ୍ଷା କରିଥାଏ। ଏ ସମୟରେ ଖବର ଆସେ କି ବାହାରଘର ଭାଙ୍ଗି ଯାଇଛି। ଏଭଳି ଏକ ଘଟଣା ଢ଼େଙ୍କାନାଳ ଜିଲ୍ଲାରେ ଘଟିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ...

publive-image

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳର ଯୁବତୀଙ୍କର ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍‌ ହୋଇଥିଲା। ପୁଅ ଓ ଝିଅ ଉଭୟ ସଫ୍‌ଟଓ୍ଵୟାର ଇଞ୍ଜିନିୟର, ପୁଅ ଆମେରିକାରେ ଓ ଝିଅ ବାଙ୍ଗଲୁରୁରେ କାମ କରନ୍ତି। ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ର୍ନିବନ୍ଧ ହୋଇଥିଲା। ବୁଧବାର ଦିନ ଉଭୟଙ୍କ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା । ହଠାତ୍‌ ବରଘର କୋଟିଏ ଟଙ୍କା ଦାବି କରି ଥିଲେ। ଯଦି ନଦିଅନ୍ତି ତେବେ ସେ ଏହି ବାହାଘର ଭାଙ୍ଗି ଦେବେ ବୋଲି କହିଥିଲେ। ଝିଅ ବାଲା ଏତେ ଗୁଡ଼ିକ ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। କାରଣ ସେମାନେ ପୂର୍ବରୁ ୨୦ଲକ୍ଷ ଟଙ୍କା ଦେଇ ସାରିଥିଲେ। ଏହାପରେ ମଙ୍ଗୁଳା ଝିଅ କାହାରି କଥା ନଶୁଣି ବଧୂ ବେଶରେ ହିଁ ପୁଲିସ ଷ୍ଟେସନ୍‌ରେ ଯାଇ ବର ଘର ନାମରେ ଅଭିଯୋଗ କରିଥିଲା। ଝିଅର ଅଭିଯୋଗକୁ ଭିତ୍ତିି କରି ପୁଲିସ ତଦନ୍ତ ଚଳାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe