ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯୁବକ ମୃତ

Advertisment
ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯୁବକ ମୃତ

The News Minute

ଢେଙ୍କାନାଳ: ସହରର ଯାଉଁଳି ପୋଖରୀରୁୁ ରବିବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାଇ ସ୍ଥାନୀୟ ଗୋଡ଼ି ସାହି ଅଞ୍ଚଳର ଗଗନ ଜେନା (୩୫) ଗତକାଲି ଦିନ ଗୋଟାଏ ବେଳେ ଶୌଚ ହେବାକୁ ଯାଉଁଳି ପୋଖରୀକୁ ଆସିଥିଲେ। ତେବେ ସେ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ସକାଳୁ ସାହିର କିଛି ଲୋକ ଶୌଚ ହେବାକୁ ପୋଖରୀକୁ ଆସିଥିବା ବେଳେ ତାଙ୍କ ମୃତଦେହ ଭାସୁ ଥିବାର ଦେଖିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଗଗନ ଜଣେ ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe