ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ହାତୀ, ଚାଲିଗଲା ଜୀବନ

Advertisment
ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

symbolic pic

ବଅଁରପାଳ: ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହାତୁରା ପଞ୍ଚାୟତପଡ଼ା ଗ୍ରାମର ଟଙ୍କଧର ଭୋଇ (୪୮) ଙ୍କର ହାତୀ ଆକ୍ରମଣରେ ଆଜି ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ହାତୁରା ଓ ଏହାର ଆଖପାଖ ଅଞ୍ଚଳରେ ବଣୁଆ ହାତୀ ପଲ ଉତ୍ପାତ କରୁଛନ୍ତି। ଗତକାଲି ରାତିରେ ମଧ୍ୟ ଆଖପାଖ ଅଞ୍ଚଳରେ ହାତୀ ପଲ ଉତ୍ପାତ କରୁଥିଲେ। ଧାନ ଫସଲ ସାଙ୍ଗକୁ ଧନ ସମ୍ପତ୍ତି କ୍ଷୟକ୍ଷତି କରିଛନ୍ତି। ଆଜି ସକାଳ ୫ଘଟିକା ସମୟରେ ପଡ଼ା ଗ୍ରାମର ଟଙ୍କଧର ଭୋଇ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଟଙ୍କଧର ଦୌଡ଼ି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ତଳେ ବସି ପଡିବାରୁ ହାତୀ ପଲ ଟଙ୍କଧରଙ୍କୁ ପାଦରେ ଦଳି ଶୁଣ୍ଢରେ କଚାଡି ଜୀବନ ନେଇଥିଲେ।

ସକାଳ ୬ ଘଟିକା ସମୟରେ ଆଖପାଖ ଲୋକମାନେ ଦେଖିଥିଲେ ଯେ ଟଙ୍କଧରଙ୍କ ମୃତ ଶରୀର ଜମି ନିକଟରେ ପଡିଥିଲା। ହାତୀ ଆକ୍ରମଣରେ ଗତ ତିନି ଦିନ ତଳେ କଡଲା ଗ୍ରାମରେ ଜଣେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣି ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଓ ତୁରନ୍ତ କ୍ଷତିପୂରଣ ଦାବି ପ୍ରଦାନ କରିବା ସହିତ ଅଞ୍ଚଳରୁ ହାତୀ ପଲକୁ ଘଉଡାଇ ନେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe