ପୂର୍ବ ଶତ୍ରୁତା: ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା ଅଭିଯୋଗ, ୨ ଅଭିଯୁକ୍ତ ଅଟକ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଠାରୁ ମାତ୍ର ଦେଢ଼ କିଲୋମିଟର ଦୂର ଗଣ୍ଡ ତଇଲାସାହିରେ ଜଣେ ଦଶମ ଶ୍ରେଣୀର ଛାତ୍ରକୁ ହତ୍ୟା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫)।

Dead

ପର୍ଜଙ୍ଗ: କାଜୁବଣରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଠାରୁ ମାତ୍ର ଦେଢ଼ କିଲୋମିଟର ଦୂର ଗଣ୍ଡ ତଇଲାସାହିରେ ଏହି ଅଘଟଣ ଦେଖିବାକୁ ମିଳିଛି। ମୃତ ଛାତ୍ର ଜଣଙ୍କ ହେଲେ ଚନ୍ଦନ ଖଟୁଆ (୧୫)। ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର ରକି ଚନ୍ଦନକୁ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଛି। 

ଚନ୍ଦନଙ୍କ ବାପା ଦୀନବନ୍ଧୁ ଖଟୁଆ କୁହନ୍ତି, ମୋବାଇଲ ଚୋରିକୁ କେନ୍ଦ୍ର କରି ମୋ ପୁଅକୁ ପୂର୍ବରୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲାl ପୁଅକୁ କଟକ ବଡମେଡିକାଲରେ ଭଲ କରି ଆଣିଥିଲିl ୧୫ ଦିନ ତଳେ ଆମ ପରିବାରକୁ ଧମକ ଦେଇଥିଲେ। ମୋ ପୁଅକୁ ମାରିଦେବେ ବୋଲି କହିଥିଲେl 

ଆଜି ସକାଳେ ସେଇ ସାହିର ପଞ୍ଚୁ ବେହେରାଙ୍କ ସ୍ତ୍ରୀ ପବିନି ବେହେରା ମୋ ପୁଅକୁ ଘରୁ ଡାକି ନେଇଥିଲାl ତା ଘରେ ପୁଅର ଚପଲ ପଡ଼ିଥିବା ବେଳେ ଘର ପାଖ କାଜୁବଣରେ ମୋ ପୁଅକୁ ଗାମୁଛାରେ ମାରି ଓଳାଇ ଦେଇଛନ୍ତିl ପଞ୍ଚୁ ସାଥିରେ ଅନ୍ୟ ୨/୩ ଜଣ ସାମିଲ ଥିବା କହିଛନ୍ତିl ଖବର ପାଇ ପର୍ଜଙ୍ଗ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛିl

Dhenkanal

ରିପୋର୍ଟ: ସୁବଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe