କାମାକ୍ଷାନଗର: ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା ବାଟଗାଁ ପଞ୍ଚାୟତ ସାହାଲା ଗ୍ରାମରେ ଏକ ଆମ୍ବ ଗଛରେ ଦୋଳି ବାନ୍ଧିବା ବେଳେ ଅଘଟଣଯ ଗଛ ଡାଳ ଭାଙ୍ଗି ପଡିବାରୁ ୧୧ ବର୍ଷର ବାଳକ ମୃତ୍ୟୁ ଘଟିଛି। ମୃତକ ହେଲେ ସାହାଲା ନୁଆସାହିର ନରେନ୍ଦ୍ର ବାଦରାଙ୍କ ପୁଅ ରମେଶ ବାଦରା। ମିଳିଥିବା ସୂଚନା ଅନୁଯାଇ ଶନିବାର ସକାଳୁ ଗ୍ରାମର କିଛି ଯୁବକ ଗାଁ ଆମ୍ବ ତୋଟାରେ ଦୋଳି ବାନ୍ଧୁଥିଲେ ସେହି ସମୟରେ ରମେଶ ତଳେ ଛିଡା ହୋଇଥିଲେ। ଦୋଳି ବାନ୍ଧିବା ସମୟରେ ଗଛ ଡାଳ ଭାଙ୍ଗି ରେମେଶ ଉପରେ ପଡିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କାମାକ୍ଷାନଗର: ଦୋଳି ବାନ୍ଧିବା ବେଳେ ଅଘଟଣ, ବାଳକ ମୃତ
Advertisment
Follow Us