ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ଅପହରଣ ଘଟଣା: ଦୁଇ ଗିରଫ

Advertisment
ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ଅପହରଣ ଘଟଣା: ଦୁଇ ଗିରଫ

କଟକ: ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କ ନିସ୍ତୁକ ପିଟିବାପରେ ଗାଡ଼ିରେ ବସାଇ କଟକରୁ ଢେଙ୍କାନାଳ ନେଇଗଲେ। ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ଭାପୁର ପୁଲିସ। ଗତକାଲି କଟକ ସିଡିଏ ଭେଲଭିୟୁ ଛକରେ ଏଭଳି ଘଟଣା ଘଟିଥିଲା। ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ପାଲଲହଡ଼ାର ଦୋଳେଶ୍ୱର ନାୟକ। ଦୋଳେଶ୍ୱର କଟକରେ ରହି କାମ କରନ୍ତି।

ଗତକାଲି ଦୋଳେଶ୍ୱର ବାଇକ ନେଇ ଘରକୁ ଫେରୁଥିବା ବେଳେ ଭେଲଭିୟୁ ଛକରେ ତାଙ୍କ ବାଇକ ସହ ଏକ କାରର ଧକ୍କା ହୋଇଥିଲା। ପରେ କାରରେ ଥିବା ଯୁବକମାନେ ଦୋଳେଶ୍ୱରଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ତେବେ କୌଶଳକ୍ରମେ ଦୋଳେଶ୍ୱର ଅନ୍ୟ ଏକ ଫୋନରୁ ତାଙ୍କ ସାଙ୍ଗଙ୍କୁ ଲୋକେଶନ ପଠାଇବା ସହ ତାଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ଦେଇଥିଲେ। ମର୍କତନଗର ଥାନାରେ ଦୋଳେଶ୍ୱରଙ୍କ ସାଙ୍ଗ ଅଭିଯୋଗ କରିବା ପରେ ପୁଲିସ ଏସମ୍ପର୍କରେ ଭାପୁର ଫାଣ୍ଡିକୁ ଅବଗତ କରିଥିଲେ। ଭାପୁର ପୁଲିସ ଉକ୍ତ କାରକୁ ଠାବ କରିବା ସହ ଦୋଳେଶ୍ୱରଙ୍କୁ ଉଦ୍ଧାର କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe