ଯୋରନ୍ଦା: ପୋଖରୀରେ ବୁଡ଼ି ୨ ବାଳିକା ମୃତ

Advertisment
ଯୋରନ୍ଦା: ପୋଖରୀରେ ବୁଡ଼ି ୨ ବାଳିକା ମୃତ

New Indian Express

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ କରମୂଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଦୁଇ ଜଣ ବାଳିକାଙ୍କର ପୋଖରୀରେ ବୁଡ଼ିଯାଇ ମୃତ୍ୟୁ ଘଟିଛି। ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ଗ୍ରାମର ବିପିନ ମଳିକଙ୍କ ଝିଅ ଅନୀତା (୧୨)  ଓ ଅନ୍ତର୍ଯ୍ୟାମୀ ମଳିକଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୦) ନାଟୁଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ ବୋଲି ସୂଚନା ରହିଛି। ଖବର ପାଇ ଦମକଳ ବାହିନୀ ଆସି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ପଠାଇଥିଲା। ଏହି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe