ଢେଙ୍କାନାଳରେ ୨୨ ଟିକିଆ ହାତୀପଲ: ଏକର ଏକର ଫସଲ ନଷ୍ଟ

Advertisment
କଣାସରେ ପୁଣି ହାତୀ ଆତଙ୍କ: ନିରବଦ୍ରଷ୍ଟା ସାଜିଛି ବନ ବିଭାଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବାଇସିଙ୍ଗା ପଞ୍ଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲକୁ ଦେଖିବାକୁ ମିଳିଛି। ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି। ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି। ବର୍ଷକ ଅମଳ ଫସଲ ହାତୀ ଉଜାଡ଼ିବାକୁ ବସିଥିବା ବେଳେ ହାତୀ ଘଉଡ଼ାଇବାକୁ ଚାଷୀ ବନ ବିଭ‌ାଗକୁ ଅନୁରୋଧ କରିଛନ୍ତି।

ହାତୀ ପଲ ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି। ଏବେ ଷଡଙ୍ଗୀ ରେଞ୍ଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe