ମଧ୍ୟାହ୍ନ ଭୋଜନରେ ଝିଟିପିଟି: ବିଷାକ୍ତ ଖାଦ୍ୟ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Advertisment
ମଧ୍ୟାହ୍ନ ଭୋଜନରେ ଝିଟିପିଟି: ବିଷାକ୍ତ ଖାଦ୍ୟ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ: ମଧ୍ୟାହ୍ନ ଭୋଜନରେ ପୁଣି ଥରେ ଝିଟିପିଟି ମିଳିଛି। ମଧ୍ୟାହ୍ନ ଭୋଜନ ବିତରଣ ବ୍ୟବସ୍ଥା ନେଇ ସରକାର ଓ ପ୍ରଶାସନ ବାରମ୍ବାର ସତର୍କ ସୂଚନା ଜାରି କରୁଥିଲେ ମଧ୍ୟ କୌଣସି ପ୍ରତିକାର ମିଳୁ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଦେଖାଯାଉଥିବା ଅଭିଯୋଗ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳର କୋଡିଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲର ୨୨ଜଣ ପିଲା ଅସୁସ୍ଥ ହୋଇପଡ଼ିଥିଲେ। ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିବା ଆରମ୍ଭ କରିବାରୁ ସେମାନଙ୍କୁ ହିନ୍ଦୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୪ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ, ଅନ୍ୟ ପିଲାମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି। ସୂଚନା ମିଳିବା ପରେ ହିନ୍ଦୋଲ ଉପଜିଲ୍ଲାପାଳ ବିଦ୍ୟାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ ଅଭିଭାବକମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe