୫ଟି ଗାଡ଼ିରୁ ୨୬ ଗୋରୁ ଉଦ୍ଧାର: ୧୧ ମାଫିଆ ଅଟକ

୫ଟି ଗାଡ଼ିରୁ ୨୬ ଗୋରୁ ଉଦ୍ଧାର: ୧୧ ମାଫିଆ ଅଟକ

କାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର  ହୋଇଛି। ଏହି ମାମଲାରେ୧୧ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଧିକାରୀ ପ୍ରଦୀପରଂଜନ ପାତ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ବରକୋଳି ଗାଁର ନିକଟରେ  ଗୋଟିଏ ଆଇଚର ଟ୍ରକ ଓ ୪ ଟି ପିକଅପ ଭ୍ୟାନରେ ୨୬ ଟି ଗୋରୁ ବୋଝେଇ ହୋଇ ଯାଉଥିବା ବେଳେ ଚଢଉ କରିଥିଲେ। ଘଟଣାସ୍ଥଳରୁ ୫ଟି ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ସେଥିରେ ଥିବା ୨୬ ଗୋରୁ ଉଦ୍ଧାର କରାଯାଇଥିଲା। ଏହାସହ ୧୧ ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe