କାମାକ୍ଷାନଗରରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

Advertisment
କାମାକ୍ଷାନଗରରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: କାମାକ୍ଷାନଗରରେ ବହୁଚର୍ଚ୍ଚିତ ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ଜଣଙ୍କୁ ଏଭଳି ସମୁଦାୟ ୩ ଜଣଙ୍କୁ ଗିରଫ କରିଛି। ଏନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ କାମାକ୍ଷାନଗର ଅଞ୍ଚଳର ଗୋଟିଏ ହୋଟେଲରେ ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ କରାଯାଇଥିଲା। ଗୁରୁତର ଭାବେ ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହାକୁ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଢେଙ୍କାନାଳ ଏସପି ଏଲ. ବିଦ୍ୟା ଭିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶଙ୍କୁ ଢେଙ୍କାନାଳ ସାଇବର ଓ ଗୁଜୁରାଟ ସାଇବର ଟିମ ଏବଂ କ୍ରାଇମ ବ୍ରାଞ୍ଚର ମିଳିତ ସହଯୋଗରେ ଗିରଫ କରାଯାଇଛି। ରଶ୍ମିଙ୍କ ଘର କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ। ଏଣେ ରାଇବୋଲ ଗାଁର ଅଭିଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ଗିରଫ କରିଛି ପୁଲିସ।

ପୂର୍ବରୁ ନୂଆ ଆଳତୁମା ଗାଁର ଅଭିଯୁକ୍ତ ଅନୀଲ କୁମାର ପୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏଥିରେ ସାତ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ ସହଯୋଗୀକୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ସୂଚନା ଦେଇଛନ୍ତି। ଏଥିରେ ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ ଓ ଏସଆଇ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe