ପୋଖରୀରୁ ୩ ନବଜାତଙ୍କ ମୃତଦେହ ଉଦ୍ଧାର

Advertisment
ପୋଖରୀରୁ ୩ ନବଜାତଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ ଘେରରେ। ଏକକାଳୀନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀ ଚିନ୍ତାରେ।

ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବାବେଳେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରୁ  ନବଜାତଙ୍କ ମୃତଦେହ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe