ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା: ୩ ଅଟକ

Advertisment
ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା: ୩ ଅଟକ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଘରକୁ ଗାଧୋଇ କରି ଫେରୁଥିବା ବେଳେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଖବର ପାଇ ପରଜଙ୍ଗ ପୁଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଜମିବାଡ଼ିକୁ ନେଇ ନେଇ ଗତ କିଛି ବର୍ଷ ହେବ ଦୁଇଟି ପରିବାର ମଧ୍ୟରେ ତିକ୍ତତା ବଢ଼ିଥିଲା। ଏ ନେଇ ପରଜଙ୍ଗ ପୁଲିସ ଛାନଭିନ ଆରମ୍ଭ କରି ଦେଇଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe