କାମାକ୍ଷାନଗର: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର

Advertisment
କାମାକ୍ଷାନଗର: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର

Sambad English

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ପତ୍ନୀ ମିନାକ୍ଷୀ, ଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ। ଘଟଣା ଘଟିବା ପରେ ସମସ୍ତଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିନାକ୍ଷୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ଖବର ଅନୁସାରେ, କାମଧନ୍ଦା ନକରି ଘରେ ବସିବାକୁ ପ୍ରତିବାଦ କରିବାରୁ ସ୍ତ୍ରୀ ଓ ପିଲାଙ୍କ ଉପରେ ଏପରି ଭାବେ ଆକ୍ରମଣ କରିଥିଲେ ଅଭିଯୁକ୍ତ ପ୍ରାଣବନ୍ଧୁ ରାଉତ। ଘଟଣା ଘଟିବା ପରେ ଗ୍ରାମବାସୀ ତାଙ୍କୁ କାବୁ କରି ବନ୍ଦୀ କରି ରଖିଥିଲେ ଓ ପରେ କାମାକ୍ଷାନଗର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe