ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ତଣ୍ଡିମୁଣ୍ଡା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକମାନେ ଦେଖିବା ପରେ କଙ୍କଡାହାଡ଼ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲା। ଆଜି ତାଙ୍କ ପରିଚୟ ଜଣାପଡ଼ିଛି।

ସେ ହେଲେ ଢେ଼ଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁର ସାରଙ୍ଗଧର ପୃଷ୍ଟି (୬୫)। ଘରୁ ଘାସ କାଟିବା ପାଇଁ କହି ଆସିଥିବା ପରିବାର ଲୋକେ କହିଛନ୍ତି । କଙ୍କଡାହାଡ଼ ଅଞ୍ଚଳରେ ସେ ରୁପା ପାଉଁଜି ବେପାର କରନ୍ତି। କିପରି ଏଭଳି ଘଟଣା ଘଟିଛି, ତାର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe