ଓଡାପଡ଼ା : ଢେଙ୍କାନାଳ ଜିଲ୍ଲା ଘୋଡାଡ଼ିଆଁ ଗ୍ରାମରୁ ଆଜି ୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି । ସାପଟି ଆହତଥିବାରୁ ତାକୁ ଉଦ୍ଧାର କରି ବନ ବିଭାଗ ଚିକିତ୍ସା କରୁଛନ୍ତି ।
ଆଜି ସକାଳ ସମୟରେ ଘୋଡ଼ାଡ଼ିଆଁ ଗ୍ରାମର ଶଙ୍କର୍ଷଣ ସାହୁ ତାଙ୍କ ଧାନ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ବିଲ ମଝିରେ ଏକ ଆହତ ଅଜଗର ସାପକୁ ଦେଖିଥିଲେ ସାପଟିକୁ ଦେଖି ପ୍ରଥମେ ଭୟଭୀତ ହୋଇ ଗ୍ରାମ ଭିତରକୁ ପଳାଇ ଆସି ଗ୍ରାମବାସୀମାନଙ୍କୁ ଏ ବିଷୟରେ ଜଣାଇ ଥିଲେ ଓ ପରେ ଗ୍ରାମବାସୀମାନେ ଏ ସମ୍ପର୍କରେ ମେରାମଣ୍ଡଳୀ ବନବିଭାଗକୁ ଜଣାଇ ଥିଲେ । ସୂଚନା ପାଇ ହାତୀ ସ୍କ୍ୱାର୍ଡର ଦୀପକ ରଞ୍ଜନ ସାହୁ, ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ ସାହୁ, ଅଧୀନଗୁରୁ, ନିଗମାନନ୍ଦ ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଅଜଗରଟିକୁ ଉଦ୍ଧାର କରି ଯଥାଶୀଘ୍ର ଚିକିତ୍ସା କରିବା ପାଇଁ ନେଇଯାଇଥିଲେ ।
Follow Us