ଢେଙ୍କାନାଳ: ଢେଙ୍କାନାଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗନ୍ଦିଆ ଥାନା ଅଂଚଳର ଅସୁସ୍ଥ ନାତୁଣୀକୁ ଜଗି ଥିବା ଜଣେ ୬୫ ବର୍ଷୀୟ ବୃଦ୍ଧାକୁ କିଛି ଯୁବକ ଡ଼ାକିନେଇ ଦୁଷ୍କର୍ମ କରିଥିବା ଭଳି ଲଜ୍ୟାଜନକ ଘଟଣା ଘଟିଛି। ଏହି ଘଟଣା ଜଣାପଡିବା ପରେ ଟାଉନ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ ଗନ୍ଦିଆ ଥାନା ଆଣ୍ଠୁକୁଡା କାଟେଣୀ ଗ୍ରାମର ଜଣେ ନାବାଳିକା ଜ୍ୱରରେ ପଡ଼ି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଇଉଥିଲେ। ନାବାଳିକାଙ୍କ ଆଈ ୬୫ ବର୍ଷୀୟା ମହିଳା ତାଙ୍କୁ ଚିକିତ୍ସାଳୟରେ ଗତ ୧୦ ଦିନ ହେବ ଜଗି ରହିଥିଲେ। ଗତ ୨୭ ତାରିଖ ରାତିରେ ୨ ଜଣ ଯୁବକ ତାଙ୍କୁ ଫୁସଲେଇ ଚିକିତ୍ସାଳୟ ବାହାରକୁ ନେଇଯାଇଥିଲେ। ସେମାନେ ଦକ୍ଷିଣକାଳୀ ବଧି ପୋଖରୀ ନିକଟରେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ସେ ମରିଯାଇଥିବା ଭାବି ଦୁର୍ବୃତ୍ତମାନେ ଛାଡି ପଳାଇଥିଲେ।
ପରଦିନ ସକାଳେ ମହିଳାଙ୍କର ଚେତା ଆସିବା ପରେ ସେ ଚାଲି ଚାଲି ଚିକିତ୍ସାଳୟରେ ପହଂଚିଥିଲେ।. ତାଙ୍କର ଚିକିତ୍ସା ପରେ ଘଟଣା ପଦାକୁ ଆସିଥିଲା। ଏହି ଘଟଣା ଜଣାପଡିବା ପରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଟାଉନ ପୁଲିସ ସାଇଣ୍ଟିଫିକ ଦଳ ସହ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛି। ଏହି ଘଟଣାରେ ୨ ଜଣକୁ ପୁଲିସ ଅଟକ ରଖିଥିବା ଜଣାଯାଇଛି।
Follow Us