ଗାଧୋଇବା ସମୟରେ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା: ଜୀବିତ ଅବସ୍ଥାରେ ଉଦ୍ଧାର କରିଲେ ଗାଈ ଚରାଳି

Advertisment
ଗାଧୋଇବା ସମୟରେ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା: ଜୀବିତ ଅବସ୍ଥାରେ ଉଦ୍ଧାର କରିଲେ ଗାଈ ଚରାଳି

କାମାକ୍ଷାନଗର: ରଖେ ହରି ତ ମାରେ କିଏ! ପୂର୍ବାହ୍ନରେ ରାମିଆଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ୭୫ ବର୍ଷୀୟା ବୃଦ୍ଧା। ଆଉ ୬ କିଲୋମିଟର ଦୂରରୁ ଅପରାହ୍ନରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଅରଖପାଳ ରାମିଆଳ ପୋଲ ନିକଟରେ ଗତ ୨୨ ତାରିଖ ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଅରଖପାଳ ଗାଁର ଜଣେ ୭୫ ବର୍ଷୀୟା ବିଧବା ମହିଳା ବାଲି ତରାଈ ଭାସି ଯାଇଥିଲେ।

ଅପରାହ୍ନରେ ସେଠାରୁ ୬ କିଲୋମିଟର ଦୂର କୃଷ୍ଣପୁର ଗାଁ ପମ୍ପହାଉସ ନିକଟରେ ପାଣିରେ ଭାସୁଥିବାର ଜଣେ ଗାଈ ଚରାଳି ଦେଖିଥିଲେ। ପରେ ଗାଈ ଚରାଳି ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ଏହାପରେ ସରପଞ୍ଚ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗାଈ ଚରାଳି ନିଜ ଗାଡ଼ିରେ ମାର୍ଥାପୁର ମେଡିକାଲକୁ ନେଇଥିଲେ। କିଛି ସମୟର ଚିକିତ୍ସା ପରେ ବୃଦ୍ଧା ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଆଉ ଗାଁକୁ ଫେରିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ରଖେ ହରି ତ ମାରେ କିଏ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe