ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ଗାଡ଼ି: ଜଣେ ଅଟକ

Advertisment
ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ଗାଡ଼ି: ଜଣେ ଅଟକ

କାମାକ୍ଷାନଗର: ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡ଼ି। ଗାଡ଼ିରେ ଥିବା ଜଣଙ୍କୁ ଅଟକ ରଖିଲା ଅବକାରୀ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡ଼ିକୁ ପିଛା କରୁଥିବାବେଳେ ଗାଡ଼ିଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡ଼ାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା। ଏହାଫଳରେ ଗାଡ଼ିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲା।

ଅବକାରୀ ବିଭାଗ ଗାଡ଼ିକୁ ଉଦ୍ଧାର କରି ଥାନାକୁ ଆଣିଛି। ଦୀର୍ଘଦିନ ହେବ ଏହି ରାସ୍ତାରେ ଚୋରାଚାଲାଣ ହେଉଥିବାର ପୁଲିସ ଖବର ପାଇବା ପରେ ପିଛାକରି ଏହି ସଫଳତା ପାଇଛି। କେନାଲ ରାସ୍ତା ହୋଇଥିବାରୁ ସୁବିଧାରେ ମଦମାଫିଆମାନେ ଚୋରା ମଦ ବ୍ୟବସାୟ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe