ଜରଡ଼ା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍, ୨ ଗୁରୁତର

Advertisment
ଜରଡ଼ା ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍, ୨ ଗୁରୁତର

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଜରଡ଼ା ଘାଟିରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ଯାତ୍ରାପାର୍ଟି ବସ ଜଗଦମ୍ବା ଓଲଟି ପଡ଼ଥିବାର ଖବର ମିଳିଛି। ଉକ୍ତ ବସଟି କଙ୍କଡାହାଡ଼ ଆଡୁ ରେଙ୍ଗାଳୀ ଯାଉଥିବା ବେଳେ ଗଡ଼ପଳାଶୁଣି ପଂଚାୟତ ଜରଡା ଘାଟିରେ ଓଲଟି ପଡ଼ିଥିଲା।

ଗାଡ଼ିରେ ପ୍ରାୟ ୩୫ ରୁ ୪୦ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଥିବା ଜଣାଯାଇଛି। ଆହତମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଛି। ମହାବିରୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe