ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କୀର୍ତ୍ତନମଣ୍ଡଳୀ ଗାଡ଼ି, ୨୦ରୁ ଅଧିକ ଆହତ

Advertisment
ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କୀର୍ତ୍ତନମଣ୍ଡଳୀ ଗାଡ଼ି, ୨୦ରୁ ଅଧିକ ଆହତ

କାମାକ୍ଷାନଗର: କାମାକ୍ଷାନଗର ଥାନା ମହୁଲପାଳ - ରେକୁଳା ସ୍ଥିତ ରାମିଆଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତଳକୁ କୀର୍ତ୍ତନମଣ୍ଡଳୀଙ୍କ ଟାଟା ଏସି ଗାଡ଼ି ତଳକୁ ଖସିପଡିଥିବା ଜଣାଯାଇଛି। ଏହାଫଳରେ ଗାଡ଼ିରେ ଥିବା ୨୦ରୁ ଅଧିକ କୀର୍ତ୍ତନିଆ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

publive-image

ସୂଚନା ମୁତାବକ କାମାକ୍ଷାନଗର ଥାନା ଆଳତୁମା ଗ୍ରାମରୁ ଗତକାଲି କୋଟଗରା ଗ୍ରାମକୁ କୀର୍ତ୍ତନ କରିବାକୁ ଯାଇ ଆଜି ସମସ୍ତେ ଏକ ଟାଟା ଏସି ଗାଡ଼ିରେ ଘରକୁ ଫେରୁଥିଲେ। ଭାରସାମ୍ୟ ହରାଇ ଗାଡ଼ିଟି ବ୍ରିଜ ତଳକୁ ଖସିପଡ଼ିଥିଲା।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe