ରାମିଆଳ ସେତୁ ଉପରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ସ୍କୁଟି ଅରୋହୀଙ୍କ ମୃତ୍ୟୁ

Advertisment
ରାମିଆଳ ସେତୁ ଉପରେ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ସ୍କୁଟି ଅରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା - ମହୁଲପାଳ ରାମିଆଳ ସେତୁ ଉପରେ ଏକ  ଅଭାବନୀୟ ଘଟଣା ଘଟିଛି। ଏଠାରେ ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ମହୁଲପାଳ ଗାଁର ଧୀରେନ କୁମାର ପଟ୍ଟନାୟକ (୫୦ବର୍ଷ) କାମାକ୍ଷାନଗର ହାଟରୁ ଘରକୁ ଫେରୁଥିବା ସମୟରେ ମହୁଲପାଳ ଆଡୁ କାମାକ୍ଷାନଗର ଆଡ଼କୁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ସ୍କୁଟି ଅରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe